ପ୍ରଧାନମନ୍ତ୍ରୀ ମୋଦୀଙ୍କ ଶାସନର ୮ ବର୍ଷ ପୂର୍ତ୍ତି: ‘ଗାନ୍ଧୀ ଓ ପଟେଲଙ୍କ ଆଦର୍ଶର ଅନୁସରଣ କରିଛି’

Advertisment

ଦେଶର ବିକାଶକୁ ନୂତନ ଗତି ମିଳିଛି

ଦେଶର ବିକାଶକୁ ନୂତନ ଗତି ମିଳିଛି

ହରମୋହନ ସିଂହ ଯାଦବଙ୍କ ପୁଣ୍ୟତିଥିରେ ପ୍ରଧାନମନ୍ତ୍ରୀଙ୍କ ଉଦ୍‌ବୋଧନ

The Economic Times

ରାଜକୋଟ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଦୁଇଦିନିଆ ଗସ୍ତରେ ନିଜ ରାଜ୍ୟ ଗୁଜରାଟ ଆସିଛନ୍ତି। ପ୍ରଧାନମନ୍ତ୍ରୀ ଭାବେ ତାଙ୍କ ଶାସନର ଆଠବର୍ଷ ପୂର୍ତ୍ତି ଅବସରରେ ସେ କହିଛନ୍ତି ଯେ, ମହାତ୍ମା ଗାନ୍ଧୀ ଏବଂ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଶିକ୍ଷାକୁ ଅନୁସରଣ କରି ସେ ଦେଶର ସେବା କରିବା ପାଇଁ ଯଥାସମ୍ଭବ ଚେଷ୍ଟା କରିଆସିଛନ୍ତି। କେନ୍ଦ୍ରରେ ବିଜେପି-ନେତୃତ୍ବାଧୀନ ଏନ୍‌ଡିଏ ସରକାରକୁ ୮ ବର୍ଷ ପୂରିଛି। ଏହି ଅବଧି ମଧ୍ୟରେ ଆମେ ଦେଶର ଗରିବ ଜନସାଧାରଣଙ୍କ ସେବା ଓ କଲ୍ୟାଣ ଏବଂ ସୁଶାସନକୁ ପ୍ରାଧାନ୍ୟ ଦେଇଛୁ। ସବ୍‌କା ସାଥ୍, ସବ୍‌କା ବିକାଶ, ସବ୍‌କା ବିଶ୍ବାସ ଏବଂ ସବ୍‌କା ପ୍ରୟାସର ମନ୍ତ୍ରକୁ ଅବଲମ୍ବନ କରି ଦେଶର ବିକାଶକୁ ଆମେ ନୂତନ ଗତି ପ୍ରଦାନ କରିଛୁ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ରାଜକୋଟଠାରେ ଏକ ମଲ୍‌ଟିସ୍ପେସିଆଲିଟି ହସ୍ପିଟାଲର ଉଦ୍‌ଘାଟନ ଅବସରରେ କହିଥିଲେ।

ସେ କହିଥିଲେ, ଏହି ଆଠବର୍ଷ ଭିତରେ ବାପୁଜୀ ଓ ସର୍ଦ୍ଦାର ପଟେଲଙ୍କ ସ୍ବପ୍ନକୁ ସାକାର କରିବା ପାଇଁ ତାଙ୍କ ସରକାର ଚେଷ୍ଟା କରିଛି। ବାପୁ ଚାହିଁଥିଲେ ଏପରି ଏକ ଭାରତ ଯାହା ଗରିବ, ଦଳିତ, ପୀଡ଼ିତ, ଆଦିବାସୀ ଓ ମହିଳାଙ୍କୁ ସଶକ୍ତ କରିବ, ଯେଉଁଠି ସ୍ବାସ୍ଥ୍ୟ ଓ ସଦାଚାର ଆମ ଚଳଣିର ଅଙ୍ଗ ହେବ ଏବଂ ଯେଉଁଠି ଅର୍ଥ ବ୍ୟବସ୍ଥାରେ ସ୍ବାଭାବିକ ସମାଧାନ ରହିବ। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ ସେ ତାଙ୍କର ଜନ୍ମମାଟି ଗୁଜରାଟ ଆସିଛନ୍ତି ଏହି ମାଟିକୁ ଓ ଏହାର ସବୁ ଲୋକଙ୍କୁ ସମ୍ମାନ ଜଣାଇବା ପାଇଁ। ଏହି ମାଟିରୁ ଯେଉଁ ଶିକ୍ଷା ଓ ମୂଲ୍ୟବୋଧ ସେ ପାଇଛନ୍ତି ତାହାରି ବଳରେ ଦେଶସେବା କରିବାର କୌଣସି ସୁଯୋଗକୁ ସେ ହାତଛଡ଼ା କରିନାହାନ୍ତି। ଏହି ମାଟି ହିଁ ସମାଜ ପାଇଁ କିପରି ବଞ୍ଚିବାକୁ ହୁଏ ତାଙ୍କୁ ତାହା ଶିକ୍ଷା ଦେଇଛି। ମୋଦୀ ୨୦୧୨ରେ ଚତୁର୍ଥ ଥର ପାଇଁ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ ହୋଇଥିଲେ। ଏହିଠାରୁ ସେ ପାଇଥିବା ପ୍ରଶାସନିକ ଅଭିଜ୍ଞତାକୁ ପ୍ରଧାନମନ୍ତ୍ରୀ ଭାବେ ପଦେ ପଦେ କାର୍ଯ୍ୟରେ ଲଗାଇଛନ୍ତି। ମହାମାରୀ ବିଷୟରେ ମୋଦୀ କହିଲେ ଯେ, ୧୦୦ ବର୍ଷ ଭିତରେ ବି ଦେଖାଦେଇ ନ ଥିବା ସବୁଠାରୁ ବଡ଼ ବିପତ୍ତି ସମୟରେ ଗରିବ ଲୋକମାନେ ଖାଦ୍ୟପେୟ ପାଇଲେ ନାହିଁ। ସେହି ସମୟରେ ତାଙ୍କ ସରକାର ଗରିବ ଲୋକଙ୍କ ପାଇଁ ଦେଶର ଶସ୍ୟ ଭଣ୍ଡାରକୁ ଖୋଲିଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe