ବ୍ୟାଙ୍କରୁ ଋଣ ନେଇ ଫେରାର ହେବା ଘଟଣା : ଆରବିଆଇ ନଜରରେ ୪୦ ଚାଟାର୍ଡ ଆକାଉଣ୍ଟାଟ

ମହଙ୍ଗା ହେବ ବ୍ୟାଙ୍କ ଋଣ ସୁଧହାର, କାହିଁକି ଜାଣନ୍ତୁ

ନୂଆଦିଲ୍ଲୀ : ବିଭିନ୍ନ ବ୍ୟାଙ୍କରୁ ଋଣ ନେଇ ଫେରାର ହେଇଯାଉଥିବା ଘଟଣା ସାମ୍ନାକୁ ଆସିବା ପରେ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ତେବେ ସବୁଠୁ ବଡ କଥା ହେଲା ଏବେ ରିଜର୍ଭ ବ୍ୟାଙ୍କ ରାଡାରରେ ୪୦ ଜଣ ଚାଟାର୍ଡ ଆକାଉଣ୍ଟଣ୍ଟାଟ ରହିଛନ୍ତି । ଏହି ୪୦ ଚାଟାର୍ଡ ଆକାଉଣ୍ଟାଟ ଫେରାର ହୋଇଯାଇଥିବା ମହାଠକଙ୍କ ସହ ମିଶି ବ୍ୟାଙ୍କର ରଣ ଠକିବାରେ ସାହାଯ୍ୟ କରିଛନ୍ତି । ଏବେ ଅନେକ କମ୍ପାନି ଆରବିଆଇର ରାଡାରରେ ରହିଛନ୍ତି ଯେଉଁମାନେ ରଣ ପରିଶୋଧ କରିନାହାନ୍ତି ବା ଦେବାଳିଆ ଅବସ୍ଥାକୁ ଚାଲି ଆସିଛନ୍ତି। ଏହି କମ୍ପାନି ସହ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କ ଉପରେ ନଜର ରଖିଛି ଆରବିଆଇ ।

ସୁତ୍ର ଅନୁଯାୟୀ, ବିଭିନ୍ନ ବ୍ୟାଙ୍କରୁ ରଣ ନେଇ ଫେରାଉନଥିବା କମ୍ପାନି ସହ ଜଡ଼ିତ ୩୫ରୁ ୪୦ ଜଣ ଚାଟାର୍ଡ ଆକାଉଣ୍ଟାଟଙ୍କ ଭୂମିକା ଉପରେ ନଜର ରଖିଛି ଆରବିଆଇ। ଏହାଛଡା ରଣ ପରିଶୋଧ ନ କରିବା ପାଇଁ ବେଆଇନ ଭାବେ ଏହି ଚାଟାର୍ଡ ଆକାଉଣ୍ଟାଟ ମାନେ ମହାଠକଙ୍କୁ ସହଯୋଗ କରିଛନ୍ତି। ଏନେଇ ରିଜର୍ଭ ବ୍ୟାଙ୍କ ଆଇସିଏଆଇକୁ ଇ-ମେଲ ଯୋଗେ କିଛି ପ୍ରଶ୍ନ କରିଛି। ଯାହାର ଉତ୍ତର ଏଯାଏଁ ମିଳିନାହିଁ। ଗତ କିଛି ଦିନ ହେଲା ଯେଉଁଭଳି ବ୍ୟାଙ୍କ ଠକେଇ ଘଟଣା ସାମ୍ନାକୁ ଆସିଛି ତାହାକୁ ଦୃଷ୍ଟିରେ ରଖି ଆରବିଆଇ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe