ଦୈନିକ ସଂକ୍ରମଣ ମାମଲାରେ ୪୦% ବୃଦ୍ଧି, ୫ ହଜାର ନୂଆ ମାମଲା

Advertisment

ମହାରାଷ୍ଟ୍ରରେ ୪ ମାସରେ ସର୍ବାଧିକ ସଂକ୍ରମଣ

ମହାରାଷ୍ଟ୍ରରେ ୪ ମାସରେ ସର୍ବାଧିକ ସଂକ୍ରମଣ

୩ ମାସରେ ସର୍ବନିମ୍ନ; ଦେଶରେ ୪,୪୧୭ କରୋନା ଆକ୍ରାନ୍ତ ଚିହ୍ନଟ

Jansatta

ନୂଆଦିଲ୍ଲୀ : ୯୩ ଦିନ ପରେ ଦେଶରେ ଆଜି ଦୈନିକ ସଂକ୍ରମଣ ୫ ହଜାର ଉପରେ ରହିଛି। ଦେଶରେ ୫,୨୩୩ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଦୈନିକ ସଂକ୍ରମଣ ମାମଲାରେ ୪୧ ପ୍ରତିଶତ ବୃଦ୍ଧି ହୋଇଛି। ଗତ ୨୪ ଘଣ୍ଟାରେ ୭ ଜଣଙ୍କ କ‌ରୋନାରେ ମୃତ୍ୟୁ ହେବା ସହ ଦେଶରେ ମୋଟ୍‌ ମୃତ୍ୟୁସଂଖ୍ୟା‌ ୫,୨୪,୭୧୫କୁ ବୃଦ୍ଧି ପାଇଛି। ଅନ୍ୟପକ୍ଷେ ସକ୍ରିୟ ମାମଲା ୨୮,୮୫୭। ସକ୍ରିୟ ମାମଲା ମୋଟ୍‌ ସଂକ୍ରମଣ ମାମଲାର ୦.୦୭ ପ୍ରତିଶତ। ମହାରାଷ୍ଟ୍ରରେ ଅଚାନକ ସଂକ୍ରମଣ ବୃଦ୍ଧି ଯୋଗୁଁ ଦେଶରେ ଦୈନିକ ସଂକ୍ରମଣ ବଢ଼ିଛି। ମହାରାଷ୍ଟ୍ରରେ ଦୈନିକ ସଂକ୍ରମଣରେ ଗତକାଲି ୮୧ ପ୍ରତିଶତ ବୃଦ୍ଧି ହୋଇଥିଲା। ମହାରାଷ୍ଟ୍ରରେ ଗତକାଲି ୧୮୮୧ ନୂଆ ମାମଲା ଚିହ୍ନଟ ହୋଇଥିବାବେଳେ ଆଜି ୨,୭୦୧ ନୂଆ ମାମଲା ଚିହ୍ନଟ ହୋଇଛି। ଏହା ୪ ମାସରେ ସର୍ବାଧିକ। କେବଳ ମୁମ୍ବାଇରେ ୧୭୬୫ ନୂଆ ମାମଲା ରେକର୍ଡ କରାଯାଇଛି। ଗତକାଲି ମୁମ୍ବାଇ‌ରେ ୧୨୪୨ ନୂଆ ମାମଲା ଚିହ୍ନଟ ହୋଇଥିଲା। ଦେଶରେ ଦୈନିକ ପଜିଟିଭ୍‌ ହାର ୧.୬୭ ପ୍ରତିଶତ ଏବଂ ସାପ୍ତାହିକ ପଜିଟିଭ୍‌ ହାର ୧.୧୨ ପ୍ରତିଶତ। ଆରୋଗ୍ୟ ହାର ୯୮.୭୨ ପ୍ରତିଶତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe