ଆମେରିକାରେ ୪୦ ଭାରତୀୟଙ୍କ କରୋନାରେ ମୃତ୍ୟୁ

Advertisment
ଆମେରିକାରେ ୪୦ ଭାରତୀୟଙ୍କ କରୋନାରେ ମୃତ୍ୟୁ

ୱାସିଂଟନ୍‌ : ଆମେରିକା ଏବେ ବିଶ୍ବ ସ୍ତରରେ କୋଭିଡ୍‌ ୧୯ର ହଟ୍‌ସ୍ପଟ୍‌ ପାଲଟିଛି। ଆମେରିକାରେ କରୋନା ମୃତ୍ୟୁସଂଖ୍ୟା ୨୦,୦୦୦ ଟପିଛି ଏବଂ ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ଟପିଛି। ଆମେରିକା ପରିସ୍ଥିତି ଦିନକୁ ଦିନ ଅତି ଜଟିଳ ହୋଇଯାଉଥିବାବେଳେ ଆମେରିକାରେ ୪୦ ଭାରତୀୟ ନାଗରିକ ଏବଂ ଭାରତୀୟ ବଂଶୋଦ୍ଭବ ଆମେରିକୀୟଙ୍କ ମୃତ୍ୟୁ ହୋଇଛି। ପ୍ରାୟ ୧,୫୦୦ରୁ ଅଧିକ ଭାରତୀୟ ବଂଶୋଦ୍ଭବ ଆମେରିକୀୟ ଭାଇରସ୍‌ ସଂକ୍ରମିତ ହୋଇଛନ୍ତି ବୋଲି ଜଣାପଡ଼ିଛି। ବିଶ୍ବର ପ୍ରଥମ ରାଷ୍ଟ୍ର ଭାବେ ଆମେରିକାରେ ୨୪ ଘଣ୍ଟ‌ା ମଧ୍ୟରେ ୨,୦୦୦ରୁ ଅଧିକ ମୃତ୍ୟୁ ହୋଇଛି। ନ୍ୟୁୟର୍କରେ ମୃତକଙ୍କ ସଂଖ୍ୟା ସବୁଠାରୁ ଅଧିକ ରହିଛି। ତେବେ ଜଣାଯାଇଛି ଯେ ଆମେରିକାରେ ଯେଉଁ ଭାରତୀୟ ନାଗରିକ ଏବଂ ଭାରତୀୟ ବଂଶୋଦ୍ଭବ ପ୍ରାଣ ହରାଇଛନ୍ତି ସେମାନଙ୍କ ମଧ୍ୟରେ କେରଳର ୧୭ ଜଣ, ଗୁଜରାଟ୍‌ର ୧୦, ପଂଜାବର ୪, ଆନ୍ଧପ୍ରଦେଶରୁ ୨, ଓଡ଼ିଶାରୁ ଜଣଙ୍କର ମୃତ୍ୟୁ ହୋଇଛି। ଅଧିକାଂଶଙ୍କ ବୟସ ୬୦ରୁ ଅଧିକ ବୋଲି ଜଣାପଡ଼ିଛି। ମିଳିଥିବା ସୂଚନାନୁଯାୟୀ ଅଧିକାଂଶ ଭାରତୀୟ ନାଗରିକଙ୍କ ନ୍ୟୁଜର୍ସି ଏବଂ ଓକ୍‌ ଟ୍ରି ‌ରୋଡ୍‌ରେ ମୃତ୍ୟୁ ହୋଇଛି। ସେହିପରି ୧୫ ଭାରତୀୟ ବଂଶୋଦ୍ଭବଙ୍କର ନ୍ୟୁୟର୍କରେ ମୃତ୍ୟୁ ହୋଇଛି। ପେନ୍‌ସିଲଭାନିଆ ଏବଂ ଫ୍ଲୋରିଡ଼ାରେ ୪ ଭାରତୀୟ ବଂଶୋଦ୍ଭବ ଆମେରିକୀୟ ଏବଂ ଟେକ୍ସାସ ଓ କାଲିଫର୍ଣ୍ଣିଆରୁ ଜଣେ ଲେଖାଏଁ ୧୫ ଭାରତୀୟ ବଂଶୋଦ୍ଭବ ଆମେରିକୀୟଙ୍କର ମୃତ୍ୟୁ ହୋଇଛି। ନ୍ୟୁୟର୍କ ଏବଂ ନ୍ୟୁଜର୍ସି ଅଞ୍ଚଳରେ ୧୨ ଭାରତୀୟ ନାଗରିକଙ୍କ କରୋନା‌ରେ ମୃତ୍ୟୁ ହୋଇଛି।

ନ୍ୟୁଜର୍ସିରେ ୪୦୦ରୁ ଅଧିକ ବଂଶୋଦ୍ଭବ ଭାଇରସ୍‌ ଆକ୍ରାନ୍ତ ହୋଇଥିବାବେଳେ ନ୍ୟୁୟର୍କରେ ୧,୦୦୦ରୁ ଅଧିକ ଜଣ ଭାଇରସ୍‌ ଆକ୍ରାନ୍ତ ହୋଇଛନ୍ତି। ନ୍ୟୁୟର୍କ ସହରରେ ଅଧିକାଂଶ ଭାରତୀୟ ବଂଶୋଦ୍ଭବ ଟ୍ୟାକ୍ସି ଡ୍ରାଇଭର୍‌ କରୋନା ଭାଇରସ୍‌ ପଜିଟିଭ୍‌ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe