ପ୍ରବାସୀମାନେ ଗଦିରେ ନିଆଁ ଲଗାଇ ଦେବାରୁ ମେକ୍ସିକୋ ‘ପ୍ରବାସୀ ଅଟକ କେନ୍ଦ୍ର’ରେ ୪୦ ମୃତ

Advertisment
ପ୍ରବାସୀମାନେ ଗଦିରେ ନିଆଁ ଲଗାଇ ଦେବାରୁ ମେକ୍ସିକୋ ‘ପ୍ରବାସୀ ଅଟକ କେନ୍ଦ୍ର’ରେ ୪୦ ମୃତ

Image Courtesy of Zee News

ମେକ୍‌ସିକୋ ସିଟି: ପ୍ରତ୍ୟପର୍ଣ ହେବା ଆଶଙ୍କା କରି ଉତ୍ତରାଞ୍ଚଳ ମେକ୍ସିକୋସ୍ଥିତ ‘ପ୍ରବାସୀ ଅଟକ କେନ୍ଦ୍ର’ରେ ଅଟକ ଥିବା ପ୍ରବାସୀମାନେ (ବିଦେଶୀ ନାଗରିକ) ଗଦିରେ ନିଆଁ ଲଗାଇ ଦେବାରୁ ସେଠାରେ ଅଗ୍ନିକାଣ୍ଡ ଘଟି ଅନ୍ୟୂନ ୪୦ଜଣ ବ୍ୟକ୍ତି ପ୍ରାଣ ହରାଇଥିବା କଥା ମଙ୍ଗଳବାର ଦିନ ରାଷ୍ଟ୍ରପତି ଆଣ୍ଡ୍ରେସ୍‌ ମାନୁଏଲ୍‌ ଲୋପେଜ୍‌ ଓବ୍ରାଡର୍‌ କହିଛନ୍ତି।

ସୀମାନ୍ତ ନଗରୀ ସିଉଡାଡ୍‌ ଜୁଆରେଜ୍‌ସ୍ଥିତ ଉକ୍ତ ପ୍ରବାସୀ ଅଟକ କେନ୍ଦ୍ରରେ ସୋମବାର ରାତି ପ୍ରାୟ ୯.୩୦ରେ (ସ୍ଥାନୀୟ ସମୟ) ଉକ୍ତ ଅଗ୍ନିକାଣ୍ଡ ଘଟିଥିଲା।  ଅଟକ ଥିବା ପ୍ରବାସୀମାନେ ପ୍ରତ୍ୟର୍ପଣ ବିରୋଧରେ ପ୍ରତିବାଦ ପ୍ରଦର୍ଶନ କରିବା ବେଳେ ଅଟକ କେନ୍ଦ୍ରରେ ଥିବା ବାଡ଼ାରେ ଗଦିକୁ (ମ୍ୟାଟ୍ରେସ୍‌) ଡେରି ସେଥିରେ ନିଆଁ ଲଗାଇ ଦେଇଥିଲେ।

publive-image Image Courtesy of DailyMail

କୋଠରି ଧୂଆଁରେ ପୂର୍ଣ୍ଣ ହୋଇଯିବା ପୂର୍ବରୁ ସେଠାରେ ମୁତୟନ ହୋଇଥିବା ସୁରକ୍ଷାକର୍ମୀମାନେ ଅନ୍ତେଃବାସୀମାନଙ୍କୁ ଉଦ୍ଧାର କରିବାକୁ କ‌ୌଣସି ଉଦ୍ୟମ କରି ନ ଥିଲେ ବୋଲି ‘ସିସିଟିଭି’ ଫୁଟେଜ୍‌ରୁ ଜଣାପଡ଼ିଛି।

ମେକ୍ସିକୋର ସାମ୍ବାଦିକ ଜୋଆକ୍ବିନ୍‌ ଲୋପଜେ୍‌-ଡୋରିଗା ଉକ୍ତ ଭିଡିଓ କ୍ଲିପ୍‌କୁ ସେୟାର୍‌ କରି ପରିସ୍ଥିତିକୁ ଅପରାଧିକ ବୋଲି ବର୍ଣ୍ଣନା କରିଛନ୍ତି।

ମେକ୍‌ସିକୋର ‘ନ୍ୟାସ୍‌ନାଲ୍‌ ଇମିଗ୍ରେସନ୍‌ ଇନ୍‌ଷ୍ଟିଚ୍ୟୁଟ୍‌’ କହିଛି ଯେ, କେନ୍ଦ୍ରୀୟ ଓ ଦକ୍ଷିଣ ଆମେରିକାର ୪୦ଜଣ ପୁରୁଷ ପ୍ରବାସୀଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ୨୮ଜଣ ଆହତଙ୍କୁ ଚିକିତ୍ସା ନିମନ୍ତେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ନିଆଁ କେମିତି ଲିଭାଗଲା, ବାହାରି ଯିବା ପାଇଁ ସେଠାରେ ଜରୁରୀକାଳୀନ ପ୍ରସ୍ଥାନ ପଥ ଥିଲା କି, ନାହିଁ କିଂବା ପୁଲିସ କିଭଳି ପ୍ରତିବାଦର ମୁକାବିଲା କଲା ସେ ସମ୍ପର୍କରେ କୌଣସି ସ୍ପ‌ଷ୍ଟ ତଥ୍ୟ ମିଳିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe