ପ୍ରଥମ ପର୍ଯ୍ୟାୟରେ ୫୦ କୋଟି ଟଙ୍କା ବ୍ୟୟରେ ୪୦ ନିୟୁତ ଗାଈଙ୍କୁ ଦିଆଯିବ ଆଧାର ଭଳି ନମ୍ବର

Advertisment
ପ୍ରଥମ ପର୍ଯ୍ୟାୟରେ ୫୦ କୋଟି ଟଙ୍କା ବ୍ୟୟରେ ୪୦ ନିୟୁତ ଗାଈଙ୍କୁ ଦିଆଯିବ ଆଧାର ଭଳି ନମ୍ବର

Image Courtesy of HT

ନୂଆଦିଲ୍ଲୀ: ସବୁ ଭାରତୀୟଙ୍କ ପାଇଁ ୧୨ ଅଙ୍କବିଶିଷ୍ଟ ଆଧାର ନମ୍ବର ଭଳି ନରେନ୍ଦ୍ର ମୋଦି ସରକାର ଦେଶର ପ୍ରତ୍ୟେକ ଦୁଗ୍‌ଧ-ଉତ୍ପାଦନକାରୀ ଗାଈଙ୍କ ଲାଗି ଏକ ଚିପ୍‌ ବା ଏକକ ପରିଚୟ ପତ୍ର ଯୋଗାଇ ଦିଆଯିବ। ଏହି ପ୍ରସ୍ତାବ ପ୍ରଥମେ ୨୦୧୫ରେ ଆଗତ କରାଯାଇଥିଲା।

କୃଷିମନ୍ତ୍ରାଳୟକୁ ନ୍ୟସ୍ତ କରାଯାଇଥିବା ଏହି ଏହି କାର୍ଯ୍ୟକ୍ରମ ପାଇଁ ୟୁଡିଆଇ ଟେକ୍‌ନୋଲଜି ଗ୍ରହଣ କରାଯାଇ ସାରିଛି। ଏହି ଚିପ୍‌ରେ ବଂଶ, ବୟସ, ଉଚ୍ଚତା ଓ ଶରୀରର ଚିହ୍ନ ଆଦି ଗାଈର ଜୈବିକ ବିବରଣୀ ରହିବ। ପ୍ରତ୍ୟେକ କାର୍ଡର ମୂଲ୍ୟ ରହିବ ୮ ରୁ ୧୦ ଟଙ୍କା ମଧ୍ୟରେ।

ଏହି ୟୁଆଇଡି ସ୍କିମ୍‌ର ନାମ ରଖାଯାଇଛି ପଶୁ ସଞ୍ଜିବନୀ ଏବଂ ଦୁଗ୍‌ଧ ଓ ମତ୍ସ୍ୟ ସେକ୍ଟର୍‌ ପାଇଁ ଏହା ଏକ ବଡ଼ ଯୋଜନାର ଅଂଶ ବିଶେଷ।
ପ୍ରଥମ ପର୍ଯ୍ୟାୟରେ ୫୦ କୋଟି ଟଙ୍କା ବ୍ୟୟରେ ୪୦ ନିୟୁତ ଗାଈଙ୍କୁ ନମ୍ବର ଦିଆଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe