‘ଟିକାକରଣ’ ପରେ ବି ୟୁପି କିଙ୍ଗ ଜର୍ଜ ମେଡିକାଲ ୟୁନିଭରସିଟିର ୪୦ ଡାକ୍ତର କୋଭିଡ୍‌-୧୯ ସଂକ୍ରମିତ

‘ଟିକାକରଣ’ ପରେ ବି ୟୁପି କିଙ୍ଗ ଜର୍ଜ ମେଡିକାଲ ୟୁନିଭରସିଟିର ୪୦ ଡାକ୍ତର କୋଭିଡ୍‌-୧୯ ସଂକ୍ରମିତ

ଲକ୍ଷ୍ନୌ: ଉତ୍ତରପ୍ରଦେଶ କିଙ୍ଗ ଜର୍ଜ ମେଡିକାଲ ୟୁନିଭରସିଟି (କେଜିଏମୟୁ)ର କୁଳପତିଙ୍କ ସମେତ ୪୦ ଜଣ ଡାକ୍ତର କରୋନା ସଂକ୍ରମିତ ଥିବା ଚିହ୍ନଟ ହୋଇଛନ୍ତି। ତେବେ, ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଏହି ସମସ୍ତ ଡାକ୍ତର କୋଭିଡ୍‌-୧୯ ପ୍ରତିଷେଧକ ଟିକା ନେଇଥିଲେ।

ମେଡିକାଲ ୟୁନିଭରସିଟିର କୁଳପତି ଅବସରପ୍ରାପ୍ତ ଲେଫ୍‌ଟଲାଣ୍ଟ ଜେନେରାଲ ବିପିନ୍‌ ପୁରୀ କୋଭିଡ୍‌-୧୯ ଟିକାର ଦୁଇଟି ଡୋଜ୍‌ ନେଲା ପରେ ବି ଦ୍ୱିତୀୟ ଥର ପାଇଁ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଗତ ଅଗଷ୍ଟରେ କୁଳପତି ପୁରୀ ପ୍ରଥମ ପାଇଁ କରୋନା ସଂକ୍ରମିତ ହୋଇଥିଲେ। ମାର୍ଚ୍ଚ ୨୫ରେ ତାଙ୍କୁ କୋଭିଡ୍‌-୧୯ ଟିକାର ଦ୍ୱିତୀୟ ଡୋଜ୍‌ ଦିଆଯାଇଥିଲା।

କେଜିଏମୟୁର ସନ୍ଦୀପ ତିୱାରୀ କହିଛନ୍ତି ଯେ ଗତ ଚାରି ଦିନ ମଧ୍ୟରେ ମେଡିକାଲର ଅଧୀକ୍ଷକ (ସୁପରିଣ୍ଟେଣ୍ଡେଣ୍ଟ) ଡାକ୍ତର ହିମାଂଶୁଙ୍କ ସମେତ ପ୍ରାୟ ମେଡିକାଲର ୪୦ ଜଣ ଡାକ୍ତର ପଜିଟିଭ୍‌ ପରୀକ୍ଷା କରିଛନ୍ତି। ଅଧିକାଂଶ ଡାକ୍ତର ଟିକାର ଦୁଇଟି ଯାକ ଡୋଜ୍‌ ନେଇ ସାରିଥିବା ପରେ ବି ନମୁନା ପରୀକ୍ଷାରେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।

ସଂକ୍ରମିତ ଡାକ୍ତରଙ୍କ ମଧ୍ୟରେ ସାଧାରଣ ଅସ୍ତ୍ରୋପଚାର ବିଭାଗର ୨୦ ଜଣ, ୟୁରୋଲୋଜି ବିଭାଗର ୯ ଜଣ ଏବଂ ଭେଷଜ ବିଭାଗର ୩ ଜଣ ଡାକ୍ତର ଅଛନ୍ତି। ମଙ୍ଗଳବାର ଦିନ ସ୍ୱାଇନ୍‌ ଫ୍ଲୁ ଭଳି ଲକ୍ଷଣ ବିଷୟରେ ଅଭିଯୋଗ କରିବା ପରେ ଏହି ଡାକ୍ତରମାନଙ୍କର ନମୁନା ପରୀକ୍ଷା ଯାଇଥିଲା। ଅନ୍ୟ ଆଉ କିଛି ଡାକ୍ତରଙ୍କ ନମୁନା ପରୀକ୍ଷା ଏବେ ଚାଲିଛି ଏବଂ ପରେ ସେମାନଙ୍କ ରିପୋର୍ଟ ଉପଲବ୍ଧ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe