ଇଲେକ୍ଟ୍ରିକ୍‌ ବାଇକ୍‌ ବ୍ୟାଟେରି ଫାଟି ୪୦ ବର୍ଷିୟ ବ୍ୟକ୍ତି ମୃତ, ପତ୍ନୀ ଆହତ

Advertisment
ଇଲେକ୍ଟ୍ରିକ୍‌ ବାଇକ୍‌ ବ୍ୟାଟେରି ଫାଟି ୪୦ ବର୍ଷିୟ ବ୍ୟକ୍ତି ମୃତ, ପତ୍ନୀ ଆହତ

Image Courtesy of NDTV

ଅମରାବତୀ: ନୂଆ ଇଲେକ୍ଟ୍ରିକ୍‌ ବାଇକ୍‌ର ବ୍ୟାଟେରି ଫାଟିବାରୁ ବିଜୟୱାଡ଼ା ସହରରେ ଜଣେ ୪୦ ବର୍ଷିୟ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଓ ତାଙ୍କ ପତ୍ନୀ ଆହତ ହୋଇଛନ୍ତି।

ଘଟଣାଟି ଶନିବାର ରାତିରେ ବିଜୟୱାଡ଼ା ସହରରେ ଘଟିଛି। ଗାଡ଼ିର ବ୍ୟାଟେରି ଫାଟି ଶୋଇବା ଘରେ ନିଆଁ ଲାଗିଯିବାରୁ ସ୍ବାମୀଙ୍କର ମୃତ୍ୟୁ ଘଟିଥିବା ବେଳେ ପୋଡ଼ିଯାଇ ସାଙ୍ଘାତିକ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଧୂଆଁ ଯୋଗୁଁ ସେମାନଙ୍କର ଦୁଇଜଣ ପିଲା ଶ୍ବାସ ରୁଦ୍ଧ ଅବସ୍ଥାକୁ ଆସିଯାଇଥିଲେ କିନ୍ତୁ, ଏବେ ସେମାନେ ସୁସ୍ଥ ଥିବା କଥା ସୂର୍ଯ୍ୟରାଓପେଟ ପୁଲିସ ଇନ୍‌ସ୍ପେକ୍ଟର୍‌ ଭି. ଜାନକୀ ରମୈୟା କହିଛନ୍ତି।

ପ୍ରାପ୍ତ ସୂଚନା ଅନୁସାରେ, ଶୁକ୍ରବାର ଦିନ କେ. ଶିବକୁମାର ନାମରେ ଜଣେ ବ୍ୟକ୍ତି ଗୋଟାଏ ନୂଆ ବ୍ୟାଟେରି କିଣି ରାତିରେ ଶୋଇବା ଘରେ ଚାର୍ଜ ବସାଇଥିଲେ। ଘରେ ସମସ୍ତେ ଶୋଇଥିବା ବ‌େଳେ ପାହାନ୍ତା ଆଡ଼କୁ ଉକ୍ତ ବ୍ୟାଟେରିଟି ଫାଟିଥିଲା।

publive-image Image Courtesy of NDTV

ବିସ୍ଫୋରଣ ଯୋଗୁଁ ଘରେ ସାମାନ୍ୟ ନିଆଁ ଲାଗିଯାଇଥିଲା। ଧୂଆଁ ଦେଖି ପଡ଼ୋଶୀମାନେ କବାଟ ଭାଙ୍ଗି ଘରେ ପଶି ପରିବାର ଲୋକମାନଙ୍କୁ ବାହାରକୁ ଟାଣି ଆଣିଥିଲେ। ଡାକ୍ତରଖାନାକୁ ନିଆଯିବା ବାଟରେ ଶିବକୁମାରଙ୍କର ମୃତ୍ୟୁ ଘଟିଥିଲା।

ସୂଚନାଯୋଗ୍ୟ, ଇଲେକ୍ଟ୍ରୋନିକ୍‌ ଯାନବାହନ ପାଇଁ ସରକାର ପ୍ରୋତ୍ସାହନ ଦେଉଥିବା ବେଳେ ଉକ୍ତ ଗାଡ଼ି ସବୁରେ ବିସ୍ଫୋରଣ ଘଟି ନିଆଁ ଲାଗିବା ଭଳି ଘଟଣା ଘଟିବା ଚିନ୍ତାର କାରଣ ହୋଇଛି।

ଗୁରୁବାର ଦିନ କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ ମଧ୍ୟ କହିଥିଲେ, ଗତ ଦୁଇ ମାସ ହେବ କେତେକ ‘ଇଭି’ଜନିତ ଦୁର୍ଘଟଣା ଖବର ମିଳିଛି। ଏଥିଯୋଗୁଁ କେତେକଙ୍କର ପ୍ରାଣହାନୀ ଘଟିବା ଏବଂ କେତେକ ଆହତ ହୋଇଥିବା ଖବର ବି ଆସିଛି। ଏହା ଅତ୍ୟନ୍ତ ଦୁଃଖଦାୟକ। ବିଶେଷଜ୍ଞ କମିଟିଦ୍ବାରା ‘ଇଭି’ ସମ୍ପୃକ୍ତ ଥିବା ଦୁର୍ଘଟଣା ସବୁର ଯାଞ୍ଚ କରାଯିବ। ଏଥିପାଇଁ ଦାୟୀ ବ୍ୟକ୍ତି ବିଶେଷଙ୍କ ବିରୋଧରେ ଜରମାନା ଏବଂ ଅନ୍ୟାନ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe