ଘନ ଘନ ଆକାଶୀ ଆକ୍ରମଣ ଚଳାଇଥିବା ଇସ୍ରାଏଲ୍ ସେନା ଏବେ ଗାଜାରେ ପଶି ହମାସ୍‌ ଆତଙ୍କବାଦୀଙ୍କୁ ନିପାତ କରିବ

Advertisment
ଘନ ଘନ ଆକାଶୀ ଆକ୍ରମଣ ଚଳାଇଥିବା ଇସ୍ରାଏଲ୍ ସେନା ଏବେ ଗାଜାରେ ପଶି ହମାସ୍‌ ଆତଙ୍କବାଦୀଙ୍କୁ ନିପାତ କରିବ

ନୂଆଦିଲ୍ଲୀ: ଇସ୍ରାଏଲ୍-ହମାସ୍ ଯୁଦ୍ଧ ବର୍ତ୍ତମାନ ୧୯ ଦିନରେ ପହଞ୍ଚିଛି। ଇତିମଧ୍ୟରେ ଇସ୍ରାଏଲୀ ସେନା ଗାଜାରେ ପ୍ରବେଶ କରିବାକୁ ଯୋଜନା ଆରମ୍ଭ କରିଛି। ଆଉ ଗତ ୨୪ ଘଣ୍ଟା ଗାଜାବାସୀଙ୍କ ଲାଗି ଅତ୍ୟନ୍ତ ଆତଙ୍କପୂର୍ଣ୍ଣ ବାତାବରଣ ଅତିବାହିତ ହୋଇଛି। ଏହି ସମୟ ମଧ୍ୟରେ ଇସ୍ରାଏଲ୍ ପକ୍ଷରୁ ହମାସ୍‌ର ବିଭିନ୍ନ ଠିକଣା ଉପରେ ୪୦୦ ଥର ବିମାନ ଆକ୍ରମଣ କରାଯାଇଛି।

ମିଳିଥିବା ସୂଚନା ଅନୁସାରେ, ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀ ଗାଜାରେ ପ୍ରବେଶ ପାଇଁ ପ୍ରସ୍ତୁତ ହେଉଛି । ଅନ୍ୟପକ୍ଷରେ ମଙ୍ଗଳବାର ଇସ୍ରାଏଲ କହିଛି ଯେ ଗତକାଲି  ୪୦୦ ଏୟାର ଷ୍ଟ୍ରାଇକ କରି ଇସ୍ରାଏଲ ଉପରେ ରକେଟ୍ ମାଡ଼ କରିବାକୁ ପ୍ରସ୍ତୁତ ହେଉଥିବା ହମାସ କମାଣ୍ଡର ଏବଂ ଆତଙ୍କବାଦୀଙ୍କୁ ନିପାତ କରିଛି । ସେହିପରି ଏହାର ପୂର୍ବ ଦିନ, ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଅକ୍ଟୋବର ୭ରୁ ହମାସକୁ ଦମନ କରିବା ପାଇଁ ବାରମ୍ବାର ଶପଥ ନେଇଥିବାରୁ ଇସ୍ରାଏଲ୍ ୩୨୦ ଥର ଏୟାର ଷ୍ଟ୍ରାଇକ୍ କରିଛି।

ଅନ୍ୟପକ୍ଷରେ ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ଇସ୍ରାଏଲ-ହମାସ ଯୁଦ୍ଧ ନେଇ ଭାରତ ଉଦ୍‌ବେଗ ପ୍ରକାଶ କରିଛି।  ଗାଜା ଉପରେ ଆକ୍ରମଣ ଜାରି ରହିଥିବା ହେତୁ ସେଠାରେ ସାଧାରଣ ନାଗରିକଙ୍କ ଧନଜୀବନର ସୁରକ୍ଷା ନେଇ ଆଶଙ୍କା ପ୍ରକାଶ ପାଇଛି। ଏଥିସହ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି ଯେ ଆମେରିକା ନିଜର ସହଯୋଗୀକୁ ଦୃଢ଼ ଭାବରେ ସମର୍ଥନ କରୁଛି, କିନ୍ତୁ ଇସ୍ରାଏଲ୍ ସତର୍କତାର ସହ ପଦକ୍ଷେପ ନେବା ଜରୁରୀ।

ଏଠାରେ ଉଲ୍ଲେଖଯୋଗ୍ୟ, ଅକ୍ଟୋବର ୭ରେ ଇସ୍ରାଏଲ ସହର ଉପରେ ହମାସ୍ ଆକ୍ରମଣ ପରେ ଇସ୍ରାଏଲ  ସୀମା ଅଞ୍ଚଳକୁ ସିଲ୍ କରିଥିବାରୁ ଗାଜାରେ ୨.୩ ନିୟୁତ ଲୋକ ଖାଦ୍ୟ, ଜଳ ଏବଂ ଔଷଧ ପାଇବାରୁ ବଞ୍ଚିତ ହୋଇଛନ୍ତି। ଯୁଦ୍ଧରେ ୫,୭୯୧ ପାଲେଷ୍ଟାଇନୀୟଙ୍କ ମୃତ୍ୟୁ ଘଟିଛି ଏବଂ ୧୬,୨୯୭ ଆହତ ହୋଇଛନ୍ତି। ସେହିପରି ଅଧିକୃତ ୱେଷ୍ଟବ୍ୟାଙ୍କରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ହିଂସା ତଥା ଇସ୍ରାଏଲୀ ଆକ୍ରମଣରେ ୯୬ ପାଲେଷ୍ଟାଇନୀୟଙ୍କର ମୃତ୍ୟୁ ଘଟିଛି ଏବଂ ୧୬୫୦ ଜଣ ଆହତ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe