ଗୁଟେରସଙ୍କ ଟିପ୍ପଣୀକୁ ନେଇ ବିବାଦ: ଜାତିସଂଘ ଅଧିକାରୀଙ୍କ ଭିସା ବନ୍ଦ କରିବ ଇସ୍ରାଏଲ

Advertisment

ଦିନକରେ ଗାଜା ଉପରେ ଇସ୍ରାଏଲର ୪୦୦ ଥର ବିମାନ ଆକ୍ରମଣ

ଦିନକରେ ଗାଜା ଉପରେ ଇସ୍ରାଏଲର ୪୦୦ ଥର ବିମାନ ଆକ୍ରମଣ

ଗୁଟେରସଙ୍କ ଟିପ୍ପଣୀକୁ ନେଇ ବିବାଦ: ଜାତିସଂଘ ଅଧିକାରୀଙ୍କ ଭିସା ବନ୍ଦ କରିବ ଇସ୍ରାଏଲ

ନୂଆଦିଲ୍ଲୀ: ଇସ୍ରାଏଲ-ହମାସ ଯୁଦ୍ଧ ଦିନକୁ ଦିନ ଭୟଙ୍କର ହେଉଥିବାବେଳେ ଇସ୍ରାଏଲ ବିଦେଶ ମନ୍ତ୍ରୀ ଏଲି ହମାସ ଆତଙ୍କବାଦୀଙ୍କୁ ଶେଷ କରିଦେବାପାଇଁ ପ୍ରତିଜ୍ଞା କରିଛନ୍ତି। ଅନ୍ୟପକ୍ଷେ ପାଲେଷ୍ଟିନୀୟ ବିଦେଶ ମନ୍ତ୍ରୀ କହିଛନ୍ତି, ରକ୍ତପାତ ବନ୍ଦ କରିବା ଏକ ମିଳିତ ଦାୟିତ୍ବ। ଏକ ରିପୋର୍ଟ ଅନୁଯାୟୀ ଜାତିସଂଘରେ ଏକ ଉଚ୍ଚସ୍ତରୀୟ ବୈଠକରେ ଜାତିସଂଘ ମୁଖ୍ୟ ଗାଜାରେ ଅସ୍ତ୍ରବିରତି କଥା କହିଥିବାବେଳେ ଇସ୍ରାଏଲ ଏହାକୁ ପ୍ରତ୍ୟାଖ୍ୟାନ କରିଛି। ଅନ୍ୟପକ୍ଷେ ଜାତିସଂଘ ମୁଖ୍ୟ ଆଣ୍ଟୋନିଓ ଗୁଟେରସ ଇସ୍ରାଏଲ-ହମାସ ଯୁଦ୍ଧ ପ୍ରସଙ୍ଗରେ ଦେଇଥିବା ଟିପ୍ପଣୀକୁ ଇସ୍ରା‌ଏଲୀ କର୍ତ୍ତୃପକ୍ଷ ଅତ୍ୟନ୍ତ ଗମ୍ଭୀରାତାର ସହ ଗ୍ରହଣ କରିଛନ୍ତି। ଇସ୍ରାଏଲ ଜାତିସଂଘ ଅଧିକାରୀଙ୍କୁ ଭିସା ବନ୍ଦ କରିବ ବୋଲି କହିଛି। ଅକ୍ଟୋବର ୭‌ରେ ହୋଇଥିବା ହମାସ ଆକ୍ରମଣ ଶୂନ୍ୟରେ ହୋଇଯାଇନାହିଁ ବୋଲି ଗୁଟେରସ କହିଥିବାବେଳେ ଇସ୍ରାଏଲ ଏହାକୁ କଡ଼ା ନିନ୍ଦା କରିଛି। ଜାତିସଂଘକୁ ଇସ୍ରାଏଲର ପ୍ରତିନିଧି ଗିଲାଡ଼ ଏର୍ଡାନ ଇସ୍ରାଏଲୀ ସେନା ରେଡିଓରେ କହିଛନ୍ତି, ମଧ୍ୟପ୍ରାଚ୍ୟ ସଙ୍କଟ ସଂକ୍ରାନ୍ତରେ ଗୁଟେରସଙ୍କ ଟିପ୍ପଣୀ ପରେ ଇସ୍ରାଏଲ ଜାତିସଂଘ ଅଧିକାରୀଙ୍କ ଭିସା ବନ୍ଦ କରିବ ବୋଲି ନିଷ୍ପତ୍ତି ନେଇଛି।

ଇସ୍ରାଏଲ ସେନା ଗାଜାରେ ସ୍ଥଳ ଅଭିଯାନ ଆରମ୍ଭ କରିବାକୁ ଥିବାବେଳେ ଏହା ପୂର୍ବରୁ ଗାଜାରେ ସ୍ଥିତି ଅତ୍ୟନ୍ତ ଜଟିଳ ହେବାରେ ଲାଗିଛି। ଜାତିସଂଘ ସୁରକ୍ଷା ପରିଷଦରେ ଇସ୍ରାଏଲ-ଗାଜା ବିବାଦ ନେଇ ଆଲୋଚନା ସମୟରେ ଭାରତ ମଧ୍ୟ ଗାଜାରେ ବିପର୍ଯ୍ୟୟ ସ୍ଥିତି ପାଇଁ ଚିନ୍ତା ପ୍ରକଟ କରିଛି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ କହିଛନ୍ତି, ଆମେରିକା ଏହାର ନିଜସ୍ବ ନିଷ୍ପତ୍ତି ନେବ। ଇତିମଧ୍ୟରେ ଇସ୍ରାଏଲ ପ୍ରତିରକ୍ଷା ବାହିନୀ କହିଛି ଏହା ଗାଜା ଷ୍ଟ୍ରିପ୍‌ରେ ସ୍ଥଳ ଅଭିଯାନ ପାଇଁ ପ୍ରସ୍ତୁତି ଜାରି ରଖିଛି।

ମଙ୍ଗଳବାର ଦିନ ଇସ୍ରାଏଲ ଗାଜା ଉପରେ ଦିନକରେ ୪୦୦ ଥର ବିମାନ ଆକ୍ରମଣ କରିଛି। ହମାସ ଇସ୍ରାଏଲ ଉପରେ ରକେଟ୍‌ ମାଡ଼ ପାଇଁ ପ୍ରସ୍ତୁତ ହୋଇଥିବା ଜାଣିବାପରେ ଇସ୍ରାଏଲ ୪୦୦ ଥର ବିମାନ ଆକ୍ରମଣ କରିଥିବା କହିଛି। ଏହାର ପୂର୍ବଦିନ ମଧ୍ୟ ଇସ୍ରାଏଲ ୩୨୦ ଥର ବିମାନ ଆକ୍ରମଣ କରିଥିଲା। ତେବେ ଯୁଦ୍ଧର ପରିଣତି ସ୍ବରୂପ ଗାଜାରେ ୨.୩ ନିୟୁତ ଲୋକଙ୍କ ପାଖରେ ଖାଦ୍ୟ ନାହିଁ କି ପାଣି ନାହିଁ କି ଔଷଧ ମଧ୍ୟ ନାହିଁ। ହମାସ ନେତୃତ୍ବାଧୀନ ସ୍ବାସ୍ଥ୍ୟ ମନ୍ତ୍ରାଳୟ ଅନୁଯାୟୀ ୫,୭୯୧ ପାଲେଷ୍ଟିନୀୟଙ୍କ ମୃତ୍ୟୁ ହୋଇଛି ଏବଂ ୧୬, ୨୯୭ ଜଣ ଆହତ ହୋଇଛନ୍ତି। ୱେଷ୍ଟ ବ୍ୟାଙ୍କ୍‌ରେ ୯୬ ପାଲେଷ୍ଟିନୀୟଙ୍କ ମୃତ୍ୟୁ ହୋଇଛି ଏବଂ ୧୬୫୦ ଜଣ ଆହତ ହୋଇଛନ୍ତି ବୋଲି ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe