ପାକିସ୍ତାନରେ ୪୦,୦୦୦ ଟନ ଗହମ ଚୋରି: ୬୭ ଅଧିକାରୀ ନିଲମ୍ବିତ

Advertisment
ପାକିସ୍ତାନରେ ୪୦,୦୦୦ ଟନ ଗହମ ଚୋରି: ୬୭ ଅଧିକାରୀ ନିଲମ୍ବିତ

TV9 Bangla

ନୂଆଦିଲ୍ଲୀ: ବୁଭୁକ୍ଷୁ ପାକିସ୍ତାନକୁ ମାନବିକ ସହାୟତା ସ୍ବରୂପ ରୁଷ୍ ପଠାଇଥିବା ଶହଶହ କୋଟି ଟଙ୍କାର ଗହମ ଚୋରି ଅଭିଯୋଗରେ ପାକିସ୍ତାନ ସରକାର ଅତି କମ୍‌ରେ ୬୭ ଜଣ ବରିଷ୍ଠ ଅଧିକାରୀଙ୍କୁ ନିଲମ୍ବିତ କରିବା ସହ ସେମାନଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି। ପାକିସ୍ତାନ ମିଡ଼ିଆରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ସିନ୍ଧୁ ପ୍ରଦେଶର ବିଭିନ୍ନ ଜିଲ୍ଲାରେ ସରକାରୀ ଗୋଦାମଗୁଡ଼ିକରେ ରଖାଯାଇଥିବା ୪୦,୩୯୨ ଟନ ଗହମ ଚୋରି ହୋଇଯାଇଛି।

ସିନ୍ଧ୍ ଖାଦ୍ୟ ବିଭାଗ କର୍ମଚାରୀଙ୍କ ଜ୍ଞାତସାରରେ ଏହି ଚୋରି ହୋଇଥିବା ଅଭିଯୋଗ ହୋଇଛି। ଚଳିତମାସରେ ରୁଷ୍ ସରକାର ଗୁରୁତର ଖାଦ୍ୟ ସଂକଟରେ ପୀଡ଼ିତ ପାକିସ୍ତାନକୁ ମାନବୀୟ ଦୃଷ୍ଟିକୋଣରୁ ୫୦,୦୦୦ ଟନ ଗହମ ପଠାଇଥିଲେ। ୯ଟି ଜାହାଜରେ ମାର୍ଚ୍ଚ ୩୧ ସୁଦ୍ଧା ମସ୍କୋ ପାକିସ୍ତାନକୁ ମୋଟ ୪୫୦,୦୦୦ ଟନ୍ ଗହମ ପଠାଇବାକୁ ସ୍ଥିର କରିଛି। କିନ୍ତୁ ଏଣେ ପାକିସ୍ତାନରେ ସରକାରୀ ଅଧିକାରୀମାନେ ଗହମ ଲୁଟିବାକୁ ପଛାଉ ନାହାନ୍ତି। ଗହମ ଚୋରି କରିବା ଅଭିଯୋଗରେ ‌ଯେଉଁ ଅଫିସରମାନଙ୍କୁ ନିଲମ୍ବିତ କରାଯାଇଛି ସେମାନଙ୍କ ମଧ୍ୟରେ ଅଛନ୍ତି ୪୯ ଜଣ ଫୁଡ୍‌ ସୁପରଭାଇଜର ଓ ୧୮ ଜଣ ଫୁଡ୍‌ ଇନ୍‌ସ୍ପେକ୍ଟର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe