Advertisment

ମହିଳା ଜେଲ୍‌ରେ ଦଙ୍ଗା: ଗୁଳିମାଡ଼, ‌ଛୁରାଭୁସା ଓ ପୋଡ଼ାଜଳାରେ ୪୧ ମହିଳା କଏଦୀ ମୃତ

Advertisment
ମହିଳା ଜେଲ୍‌ରେ ଦଙ୍ଗା: ଗୁଳିମାଡ଼, ‌ଛୁରାଭୁସା ଓ ପୋଡ଼ାଜଳାରେ ୪୧ ମହିଳା କଏଦୀ ମୃତ

Image Courtesy of India Today

ତେଗୁସିଗାଲ୍‌ପା: ଦକ୍ଷିଣ ଆମେରିକା ଅନ୍ତର୍ଗତ କେନ୍ଦ୍ରୀୟ ହୋଣ୍ଡୁରସ୍‌ରେ ଥିବା ଦେଶର ଏକମାତ୍ର ମହିଳା ଜେଲ୍‌ରେ ମଙ୍ଗଳବାର ସକାଳେ ଦଙ୍ଗା ଓ ହିଂସାକାଣ୍ଡ ଘଟି ଅନ୍ୟୂନ ୪୧ଜଣ ମହିଳା କଏଦୀଙ୍କର ମୃତ୍ୟୁ ଘଟିଥିବା କଥା ‘ଦି ନ୍ୟୁୟର୍କ ଟାଇମ୍‌ସ୍‌’ ରିପୋର୍ଟ କରିଛି।

ମୃତ କଏଦୀଙ୍କ ମଧ୍ୟରୁ ଅଧିକାଂଶଙ୍କୁ ପୋଡ଼ି ମାରି ଦିଆଯାଇଥିବା ବ‌େଳେ ଆଉ କେତେଜଣଙ୍କୁ ଗୁଳି ମାରି ଓ ଛୁରିଭୁସି ହତ୍ୟା କରାଯାଇଥିବା କଥା ‘ପବ୍ଲିକ୍‌ ପ୍ରୋସିକ୍ୟୁଟର୍‌ ଅଫିସ୍‌’ର ଜଣେ ମୁଖପାତ୍ର କହିଛନ୍ତି।

ହିଂସାକାଣ୍ଡର କାରଣ ଜଣାପଡ଼ି ନ ଥିଲେ ବି ଦେଶର ରାଷ୍ଟ୍ରପତି ‘ମାରା ଷ୍ଟ୍ରିଟ୍‌ ଗ୍ୟାଙ୍ଗ୍‌’କୁ ଏଥିପାଇଁ ଦାୟୀ କରିଛନ୍ତି। କାରଣ ସେମାନେ ହିଁ ସବୁ‌ବେଳେ ଜେଲ୍‌ ଭିତରେ ହିଂସାକାଣ୍ଡ ଭିଆଇ ଥାଆନ୍ତି।

publive-image Image Courtesy of The Hindu

ହୋଣ୍ଡୁରସ୍‌ ‘ନ୍ୟାସ୍‌ନାଲ୍‌ ପୋଲିସ ଇନ୍‌ଭେଷ୍ଟିଗେସନ୍‌ ଏଜେନ୍‌ସି’ର ମୁଖପାତ୍ର ୟୁରି ମୋରା କହିଛନ୍ତି, ୨୬ଜଣ କଏଦୀଙ୍କୁ ପୋଡ଼ି ମାରି ଦିଆଯାଇଥିବା ବ‌େଳେ ବାକି କଏଦୀଙ୍କୁ ଗୁଳି ଓ ଛୁରି ମାରି ହତ୍ୟା କରାଯାଇଛି। ଏଥିରେ ଆହତ ହୋଇଥିବା ଅନ୍ୟୂନ ଆଉ ୭ଜଣ କଏଦୀ ତେଗୁସିଗାଲ୍‌ପା ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି।

୪୧ଟି ଶବ ମିଳିଛି ବୋଲି ଜେଲ୍‌ରୁ ଶବ ଉଦ୍ଧାର କରୁଥିବା ଫୋରେନ୍‌ସିକ୍‌ ଟିମ୍‌ ସୁନିଶ୍ଚିତ କରି କହିଥିବ‌ା କଥା ମୋରା କହିଛନ୍ତି।

ଦଙ୍ଗା ପରେ ଜେଲ୍‌ ଭିତରେ କେତେଗୁଡ଼ିଏ ପିସ୍ତଲ, ଅନେକ ଭୁଜାଲି ଓ ଅନ୍ୟାନ୍ୟ ତୀକ୍ଷ୍ଣ ଅସ୍ତ୍ରଶସ୍ତ୍ର ପଡ଼ିଥିବା ଦେଖାଯାଇଥିଲା।

ରାଷ୍ଟ୍ରପତି ଜିଓମାରା କାଷ୍ଟ୍ରୋ କହିଛନ୍ତି, ସୁରକ୍ଷା କର୍ତ୍ତୃପକ୍ଷଙ୍କ ଜ୍ଞାତସାରରେ ‘ମାରା ଷ୍ଟ୍ରିଟ୍‌ ଗ୍ୟାଙ୍ଗ୍‌’ର ସଦସ୍ୟମାନେ ଦଙ୍ଗା କରିବା ପାଇଁ ଯୋଜନା କରିଥିଲେ। ଏଥିପାଇଁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe