ଦିଲ୍ଲୀ ବିଧାନସଭା ନିର୍ବାଚନ: ୭୦ ଆସନ ପାଇଁ ୧୦୨୯ ପ୍ରାର୍ଥୀ

Advertisment
ଦିଲ୍ଲୀ ବିଧାନସଭା ନିର୍ବାଚନ: ୭୦ ଆସନ ପାଇଁ ୧୦୨୯ ପ୍ରାର୍ଥୀ

News Now

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭାର ୭୦ ଆସନ ପାଇଁ ହେଉଥିବା ନିର୍ବାଚନରେ ବିଭିନ୍ନ ରାଜନୈତିକ ଦଳ ଓ ସ୍ୱାଧୀନ ପ୍ରାର୍ଥୀଙ୍କୁ ମିଶାଇ ମୋଟ ୧୦୨୯ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଥିବା ଜାଣିବା ପାଇଁ ମିଳିଛି। ଆଜି ପ୍ରାର୍ଥୀ ପତ୍ର ଯାଞ୍ଚ କାଳରେ ୪୧୧ଟି ପ୍ରାର୍ଥୀପତ୍ର ନାକଚ ହୋଇ ଯାଇଥିବା ବେଳେ ୩ ପ୍ରାର୍ଥୀ ଜଣ ସେମାନଙ୍କର ପ୍ରାର୍ଥୀପତ୍ର ପ୍ରତ୍ୟାହାର କରି ନେଇଥିଲେ। ତେବେ, ସର୍ବମୋଟ ୧୫୨୮ଟି ପ୍ରାର୍ଥୀପତ୍ର ଦାଖଲ ହୋଇଥିଲା।

ବୁଧବାର ପ୍ରାର୍ଥୀପତ୍ର ଦାଖଲ ପାଇଁ ଶେଷ ଦିନ ରହିଥିବା ବେଳେ, ଶେଷ ଦିନରେ ସର୍ବାଧିକ ୮୦୬ ଜଣ ପ୍ରାର୍ଥୀ ସେମାନଙ୍କ ନିଜ ନିଜର ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ଏମାନଙ୍କ ମଧ୍ୟରେ ରହିଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍‌ ଆଦ୍‌ମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିଓ୍ଵାଲ। ତେବେ, ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ଶୁକ୍ରବାର (୨୪ ତାରିଖ) ଶେଷ ଦିନ ରହିଥିବା ଦୃଷ୍ଟିରୁ ଏହା ପରେ ହିଁ ଜଣା ପଡ଼ିବ ପ୍ରକୃତରେ କେତେଜଣ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ରହିଲେ ବୋଲି। ଦିଲ୍ଲୀ ବିଧାନସଭା ପାଇଁ ଫେବ୍ରୁଆରି ୮ରେ ଭୋଟ ଗ୍ରହଣ କରାଯିବା ସହ ୧୧ରେ ଭୋଟ ଗଣତି କରାଯାଇ ଫଳାଫଳ ଘୋଷଣା କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe