ଯୁବତୀ ଅର୍ଡର ଦେବା ମାତ୍ରେ ପାର୍ସଲ ନେଇ ପହଞ୍ଚିଲେ ୪୨ ଜଣ ଡେଲିଭରି ବୟ, କାହିଁକି ଜାଣନ୍ତୁ?

ଯୁବତୀ ଅର୍ଡର ଦେବା ମାତ୍ରେ ପାର୍ସଲ ନେଇ ପହଞ୍ଚିଲେ ୪୨ ଜଣ ଡେଲିଭରି ବୟ, କାହିଁକି ଜାଣନ୍ତୁ?

idiva.com

ମାନିଲା: ହୋଟେଲ ଖାଦ୍ୟ ଘରେ ଖାଇବା ପାଇଁ ସାଧାରଣତଃ ଆପଣ ଜୋମାଟୋ, ସ୍ବୀଗି ଭଳି ଆପ୍ସ ବ୍ୟବହାର କରୁଥିବେ | ଅର୍ଡର କରିବାର କିଛି କ୍ଷଣ ମଧ୍ୟରେ ଡେଲିଭରି ବୟ ଖାଦ୍ୟ ପାର୍ସଲ ଆଣି ଆପଣଙ୍କ ଘରେ ପହଁଚିଯାଉଥିବେ | କିନ୍ତୁ ମାତ୍ର ଥରେ ଅର୍ଡର କରିବା ମାତ୍ରେ ଏକାଧିକ ଡେଲିଭରି ବୟ ଖାଦ୍ୟ ଆଣି ପହଂଚିବା କଥା କେବେ ଭାବିଛନ୍ତି କି? ଫିଲିଫାଇନ୍ସରେ କିଛି ଏଭଳି ଘଟଣା ଘଟିଛି | ଜଣେ ଯୁବତୀ ଖାଦ୍ୟ ଅର୍ଡର କରିବା ମାତ୍ରେ ୪୦ରୁ ଉର୍ଦ୍ଧ୍ବ ଡେଲିଭରି ବୟ ଖାଦ୍ୟ ଆଣି ପହଁଚିଯାଇଥିଲେ |

ମିଳିଥିବା ସୂଚନା ମୁତାବକ ଫିଲିପାଇନ୍ସ ମାନିଲାର ଜଣେ ଯୁବତୀ ଫୁଡ଼ ଡେଲିଭରି ଆପ ମାଧ୍ୟମରେ ଥରେ ଖାଦ୍ୟ ଅର୍ଡର କରିଥିଲେ | ଅର୍ଡର ଦେବା ପରେ ସେ ଜେଜେମା’ଙ୍କ ସହ ଅପେକ୍ଷା କରିଥିଲେ | କିଛି ସମୟ ପରେ ଜଣେ ଡେଲିଭରି ବୟ ଆସି ଖାଦ୍ୟ ଦେଇଥିଲେ | ତେବେ ପାର୍ସଲ ପାଇବା ପରେ ଯୁବତୀଙ୍କ ପାଖକୁ ଲଗାତାର ୪୨ ଜଣ ଡେଲିଭରି ବୟ ଆସି ସମାନ ଖାଦ୍ୟ ପାର୍ସଲ ପହଞ୍ଚାଇଥିଲେ | ଏତେ ସଂଖ୍ୟାରେ ଡେଲିଭରି ବୟ, ଜଣଙ୍କ ଘରକୁ ଆସିବା ଦେଖି ସ୍ଥାନୀୟ ଅଞ୍ଚଳବାସୀ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ |

publive-image photo-news grab

ତେବେ ପରେ ଏହି ଘଟଣାର ପ୍ରକୃତ କାରଣ ସାମ୍ନାକୁ ଆସିଥିଲା। ମିଳିଥିବା ସୂଚନା ଅନୁଯାୟୀ, ଯୁବତୀ ଜଣକ ଯେଉଁ ଆପ୍ସ ମାଧ୍ୟମରେ ଖାଦ୍ୟ ଅର୍ଡର କରିଥିଲେ, ସେଥିରେ କିଛି ବୈଷୟିକ ତ୍ରୁଟି ଯୋଗୁଁ ୪୨ ଥର ସମାନ ଅର୍ଡର ହୋଇଯାଇଥିଲା | ଏଥିପାଇଁ ୪୨ ଜଣ ଡେଲିଭରି ବୟ ଖାଦ୍ୟ ନେଇ ପହଁଚିଯାଇଥିଲେ |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe