ଉହାନରେ ୩ ହଜାର ନୁହେଁ, ୪୨ ହଜାର ଲୋକଙ୍କ ମୃତ୍ୟୁ ହୋଇଛି !

Advertisment
ଉହାନରେ ୩ ହଜାର ନୁହେଁ,  ୪୨ ହଜାର ଲୋକଙ୍କ ମୃତ୍ୟୁ ହୋଇଛି !

ଉହାନ: କରୋନା ଭାଇରସ୍‌ର ଉତ୍ପତ୍ତି ସ୍ଥଳ ଚୀନ୍‌ର ଉହାନ‌ ସହରରେ ଏ ପର୍ଯ୍ୟନ୍ତ ୩୨୦୦ ଲୋକଙ୍କ ମୃତ୍ୟୁ ହୋଇଥିବା ନେଇ ଯେଉଁ ରିପୋର୍ଟ ଚୀନ୍‌ ସରକାର ଦେଉଛନ୍ତି ତାହାକୁ ଉହାନର ଅନେକ ସଂସ୍ଥା ଖଣ୍ଡନ କରିଛନ୍ତି। ଉହାନରେ ଅତି କମ୍‌ରେ ୪୨ ହଜାର ଲୋକଙ୍କ ମୃତ୍ୟୁ ଘଟିଛି ବୋଲି ବିଭିନ୍ନ ସଂଗଠନ ଦାବି କରିଥିବା ବେଳେ ସ୍ଥାନୀୟ ବାସିନ୍ଦାମାନେ ମଧ୍ୟ ମୃତ୍ୟୁ ସଂଖ୍ୟା ପ୍ରାୟ ୫୦ ହଜାର ହେବ ବୋଲି ଅନୁମାନ କରିଛନ୍ତି। ପ୍ରଶାସନିକ ଅଧିକାରୀମାନେ ବିଶ୍ବକୁ ଉହାନ ମୃତ୍ୟୁ ସଂଖ୍ୟା ନେଇ ଭୁଲ୍‌ ରିପୋର୍ଟ ଦେଉଛନ୍ତି ବୋଲି ନାଗରିକମାନେ ମୁହଁ ଖୋଲିବା ପରେ ଚୀନ୍‌ର ଅଡ଼ୁଆ ବଢ଼ିଯାଇଛି। ରିପୋର୍ଟ ଚାପିବା ପାଇଁ ଚୀନ୍‌ ଆରମ୍ଭରୁ ହିଁ ଉହାନରେ ଦମନ ନୀତି ଧରିଥିଲା ବୋଲି କୁହାଯାଇଛି। ଗୋଷ୍ଠୀ ସଂକ୍ରମଣ ସମୟରେ ପ୍ରତିଦିନ ଉହାନରେ ୫ ଶହରୁ ୧ ହଜାର ଲୋକଙ୍କ ମୃତ୍ୟୁ ହେଉଥିଲା ବୋଲି କୁହାଯାଇଛି।

publive-image image Credit : Chinadaily

ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ରିପୋର୍ଟ ଅନୁଯାୟୀ ଜଣେ ସଂକ୍ରମିତ ବ୍ୟକ୍ତି ହାରାହାରି ୨.୬ ଜଣଙ୍କୁ ସଂକ୍ରମିତ କରିଥାଏ। ସଂକ୍ରମଣର ୧୦ଟି ପର୍ଯ୍ୟାୟ ପରେ ଏହା ଅତି ବ୍ୟାପକ ରୂପ ନେଇଥାଏ। ମାତ୍ର କିଛି ଦିନରେ ଏହା ୩୫୦୦ ଲୋକଙ୍କୁ ସକ୍ରମିତ କରିଥାଏ ଏବଂ ଏହି ପ୍ରକ୍ରିୟା ବ୍ୟାପୀ ଚାଲିଥାଏ। ଜଣେ ମଣିଷ ଦେହରୁ ଅନ୍ୟକୁ ସଂକ୍ରମଣ ବ୍ୟାପିବା ଚକ୍ରକୁ ଚୀନ୍‌ ଭାଙ୍ଗି ଦେଇଛି। ଚୀନ୍‌ ସଂକ୍ରମଣକୁ ରୋକିବା ପାଇଁ ଯେଉଁ ପଦକ୍ଷେପ ନେଇଥିଲା ତାହାକୁ ଅତି କଠୋର, ଅତ୍ୟାଚାରୀ ଏବଂ ଆକ୍ରମଣାତ୍ମକ ବୋଲି ବର୍ଣ୍ଣନା କରାଯାଇଥିଲା। ଏବେ କିନ୍ତୁ ପରିସ୍ଥିତି ବଦଳି ଯାଇଛି ଏବଂ ଲୋକେ ଏବେ ଏକ ନୂଆ ମାନଦଣ୍ଡକୁ ସମ୍ମୁଖୀନ ହୋଇଛନ୍ତି ତାହା ହେଲା ‘ଲକ୍‌ ଡାଉନ୍‌’। ଲୋକଙ୍କ ମଂଗଳ ପାଇଁ ଏଭଳି କଟକଣାକୁ ସମସ୍ତେ ମାନି ନେଇଥିଲେ। ଚୀନ୍‌ ମଧ୍ୟ କରୋନା ସଂକ୍ରମଣକୁ ରୋକିବା ପାଇଁ କଠୋର କ୍ବାରାଣ୍ଟିନ ବ୍ୟବସ୍ଥା ବ୍ୟବସ୍ଥା ଗ୍ରହଣ କରିଥିଲା। ଯାତ୍ରୀ ପରିବହନକୁ ରୋକାଯାଇଥିଲା। ସବୁ କିଛି ଠପ୍‌ ହୋଇଯାଇଥିଲା। ଲୋକେ ଘରେ ରହିବାକୁ ବାଧ୍ୟ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe