ଢାକାସ୍ଥିତ ଏକ ରେସ୍ତୋରାଁରେ ନିଆଁ ଲାଗି ୪୩ ମୃତ; ୪୦ରୁ ଅଧିକ ଆହତ

ଢାକାସ୍ଥିତ ଏକ ରେସ୍ତୋରାଁରେ ନିଆଁ ଲାଗି ୪୩ ମୃତ; ୪୦ରୁ ଅଧିକ ଆହତ

NDTV

ଢାକା: ବାଂଲାଦେଶର ରାଜଧାନୀ ଢାକାରେ ଘଟିଯାଇଛି ଏକ ଭୟାବହ ଅଗ୍ନିକାଣ୍ଡ। ଗୁୁରୁବାର ସଂଧ୍ୟାରେ ଢାକାସ୍ଥିକ ଏକ ସାତ ମହଲା ବିଶିଷ୍ଟ ରେସ୍ତୋରାଁର କୋଠରୀରେ ଅଗ୍ନିକାଣ୍ଡ ଘଟି ଅତି କମ୍‌ରେ ୪୩ ଜଣଙ୍କର ମୃତ୍ୟୁ ଘଟିଛି। ଏହାବ୍ୟତୀତ ଅନେକ ଲୋକ ଆହତ ବି ହୋଇଛନ୍ତି ବୋଲି ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି। ବାଂଲାଦେଶର ସ୍ୱାସ୍ଥ୍ୟମନ୍ତ୍ରୀ ସାମନ୍ତ ଲାଲ ସେନ ଢାକା ମେଡିକାଲ କଲେଜ ହସପିଟାଲ ଏବଂ ଅଗ୍ନିକାଣ୍ଡ ଘଟିଥିବା ଡାକ୍ତରଖାନା ପରିଦର୍ଶନ କରିବା ପରେ ଏଏଫ୍‌ପିକୁ ଏହି ସୂଚନା ଦେଇଛନ୍ତି। ସେନ୍ କହିଛନ୍ତି ଯେ ସହରର ଅଗ୍ନିକାଣ୍ଡ ଘଟିଥିବା ଡାକ୍ତରଖାନାରେ ଅତି କମରେ ୪୦ରୁ ଅଧିକ ଜଣ ଆହତ ହୋଇଥିବା ବ୍ୟକ୍ତି ଏବେ ଚିକିତ୍ସାଧୀନ ଅଛନ୍ତି।

ଅଗ୍ନିକାଣ୍ଡ ଘଟିବା ପରେ ସ୍ଥାନୀୟ ଲୋକଙ୍କ ସୂଚନା ପାଇ ଘଟଣାସ୍ଥଳରେ ୧୩ଟି ଦମକଳ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିଛି । ଗ୍ରୀନ୍ କୋଜି କଟେଜ୍ ନାମକ ଏହି ବିଲ୍ଡିଂରୁ ଏଯାବତ୍‌ ୭୫ ଜଣଙ୍କୁ ଉଦ୍ଧାର କରାଯାଇଛି । ସେଥିରୁ ୪୨ଜଣ ଚେତାଶୂନ୍ୟ ଥିବା ଜଣାପଡ଼ିଛି । ସମସ୍ତଙ୍କୁ ଢାକା ମେଡିକାଲ କଲେଜ ଓ ଶେଖ ହସିନା ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ବର୍ନ ଆଣ୍ଡ ପ୍ଲାଷ୍ଟିକ ସର୍ଜରୀରେ ଭର୍ତ୍ତି କରାଯାଇଛି ।

ଜାଣିବାକୁ ମିଳିଛି ଯେ ଗତକାଲି ରାତି ପ୍ରାୟ ୯ଟା ୫୦ ମିନିଟରେ ପ୍ରଥମ ମହଲାରେ ଥିବା ଏକ ରୋସ୍ତୋରାଁରେ ନିଆଁ ଲାଗିଥିଲା। ପରେ ଏହା ହୁହୁ ହୋଇ ଜଳି ଉଠିଥିଲା ଏବଂ ଉପର ମହଲାକୁ ବ୍ୟାପି ଯାଇଥିଲା । ହସ୍ପିଟାଲରେ ଚିକିତ୍ସିତ ହେଉଥିବା ୨୨ ଆହତଙ୍କ ଅବସ୍ଥା ଗୁରୁତର ଥିବା ଡାକ୍ତର କହିଛନ୍ତି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe