ମୋଦୀଙ୍କ ମନ୍ତ୍ରିମଣ୍ଡଳରେ ସାମିଲ ହୋଇପାରନ୍ତି ୨୧ ନୂଆ ଚେହେରା, ଡାକ୍ତର, ଇଞ୍ଜିନିୟର ଓ ଓକିଲଙ୍କୁ ମିଳିପାରେ ସ୍ଥାନ

ମୋଦୀଙ୍କ ମନ୍ତ୍ରିମଣ୍ଡଳରେ ସାମିଲ ହୋଇପାରନ୍ତି ୨୧ ନୂଆ ଚେହେରା, ଡାକ୍ତର, ଇଞ୍ଜିନିୟର ଓ ଓକିଲଙ୍କୁ ମିଳିପାରେ ସ୍ଥାନ

ନୂଆଦିଲ୍ଲୀ: ସନ୍ଧ୍ୟା ୬ଟାରେ ମୋଦୀ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହେବାକୁ ଥିବା ବେଳେ ସମ୍ଭାବ୍ୟ ନାଁ ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ମୋଦୀଙ୍କ ମନ୍ତ୍ରିମଣ୍ଡଳରେ ଜ୍ୟୋତିରାଦିତ୍ୟ ସିନ୍ଧିଆ, ସର୍ବାନନ୍ଦ ସୋନୱାଲ, ପଶୁପତି ନାଥ ପାରସ, ନାରାୟଣ ରାଣେ, ଭୁପେନ୍ଦ୍ର ଯାଦବ ସାମିଲ ହୋଇପାରନ୍ତି । ସେହିପରି ଅନୁପ୍ରିୟା ପଟେଲ, କପିଲ ପାଟିଲ, ମୀନାକ୍ଷୀ ଲେକ୍ଷୀ, ରାହୁଲ କସୱା, ଅଶ୍ୱିନୀ ବୈଷ୍ଣବ, ଶାନ୍ତନୁ ଠାକୁର ବି ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ଅନ୍ୟପଟେ ବିନୋଦ ସୋନକର, ପଙ୍କଜ ଚୌଧୁରୀ, ଆରଏସପି ସିଂ, ଦିଲେଶ୍ୱର କାମାଥ, ଚନ୍ଦ୍ରେଶ୍ୱର ପ୍ରସାଦ ଚନ୍ଦ୍ରବଂଶୀ, ରାମନାଥ ଠାକୁର, ରାଜକୁମାର ରଂଜନ, ବିଏଲ ବର୍ମା, ଅଜୟ ମିଶ୍ରା, ହିନା ଗାଭିତଙ୍କ ପରି ନାଁ ମଧ୍ୟ ମନ୍ତ୍ରିମଣ୍ଡଳରେ ସାମିଲ ହେବା ନେଇ ଚର୍ଚ୍ଚା ଚାଲିଛି | ଶୋଭା କରନ୍ଦଲାଜେ, ଅଜୟ ଭଟ୍ଟ, ପ୍ରୀତମ ମୁଣ୍ଡେ, ବିିଶେଶ୍ୱର ଟୁଡୁ ମଧ୍ୟ ମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି । ମୋଦୀ କ୍ୟାବିନେଟରେ ନୂଆ ପୁରୁଣା ମିଶାଇ ସାମିଲ ହେବେ ୪୩ ଜଣ ମନ୍ତ୍ରୀ ।

publive-image indiatoday.in

ତେବେ ୪ ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ମନ୍ତ୍ରୀପଦ ମିଳିବା ନେଇ ସମ୍ଭାବନା ରହିଛି । ସେହିପରି ମନ୍ତ୍ରିମଣ୍ଡଳରେ ୧୧ଜଣ ମହିଳା ସାମିଲ ହୋଇପାରନ୍ତି । ୧୩ ଓକିଲ, ୬ ଡାକ୍ତର, ୫ଜଣ ଇଞ୍ଜିନିୟରଙ୍କୁ ମଧ୍ୟ ସୁଯୋଗ ମିଳିବ ନେଇ ଚର୍ଚ୍ଚା ଜୋର ଧରିଛି | ବିଭିନ୍ନ ରାଜ୍ୟର ୧୮ ପୂର୍ବତନ ମନ୍ତ୍ରୀଙ୍କୁ ସୁଯୋଗ ମିଳିବ ନେଇ ଚର୍ଚ୍ଚା ହେଉଥିବା ସହ ଓବିସି ୨୭, ଏସସି ୧୨, ଏସଟି ୮, ୫ ଜଣ ସଂଖ୍ୟାଲଘୁଙ୍କୁ ସ୍ଥାନ ମିଳିପାରେ ବୋଲି ଚର୍ଚ୍ଚା ଜୋର ଧରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe