୪୩୧ ପାକିସ୍ତାନୀଙ୍କୁ ମିଳିବ ଆଧାର, ପାନ୍‌ କାର୍ଡ

Advertisment

ଭାରତରେ ସେମାନେ ଜାଗାବାଡ଼ି କିଣିପାରିବେ

ଭାରତରେ ସେମାନେ ଜାଗାବାଡ଼ି କିଣିପାରିବେ

୪୩୧ ପାକିସ୍ତାନୀଙ୍କୁ ମିଳିବ ଆଧାର, ପାନ୍‌ କାର୍ଡ

ନୂଆଦିଲ୍ଲୀ: ଗତ ମାସରେ ଭାରତ ସରକାର ୪୩୧ ଜଣ ପାକିସ୍ତାନୀଙ୍କୁ ଦୀର୍ଘମିଆଦୀ ଭିସା ପ୍ରଦାନ କରିଛନ୍ତି। ତେବେ ଏହାଦ୍ୱାରା ସେମାନେ ଭାରତୀୟ ଆଧାର କାର୍ଡ ଏବଂ ପ୍ୟାନ ହାସଲ କରିବାକୁ ଯୋଗ୍ୟ ବିବେଚିତ ହୋଇପାରିବେ। ଏପରିକି ସେମାନଙ୍କ ମଧ୍ୟରେ ଅଧିକାଂଶ ହିନ୍ଦୁ ଥିବା ଏହି ପାକିସ୍ତାନୀମାନେ ଏହା ବଳରେ ଭାରତରେ ଜାଗାବାଡ଼ି ମଧ୍ୟ କିଣିପାରିବେ ବୋଲି ଗୃହ ମନ୍ତ୍ରାଳୟର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଅପରପକ୍ଷେ, ଭାରତ-ପାକିସ୍ତାନ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ତିକ୍ତ ହୋଇ ଚାଲିଥିଲା ବେଳେ ସରକାରଙ୍କ ଏଭଳି ପଦକ୍ଷେପ ଭିନ୍ନ ବାର୍ତ୍ତା ଆଣିଛି।

ସମ୍ପ୍ରତି ପାକିସ୍ତାନ, ବାଂଳାଦେଶ ଏବଂ ଆଫଗାନିସ୍ତାନରେ ସଂଖ୍ୟାଲଘୁ ସମ୍ପ୍ରଦାୟ ଲୋକେ ନିଜ ଦେଶରେ ନିର୍ଯାତନା ଭୋଗି ଭାରତ ପଳାଇ ଆସୁଥିବା ବେଳେ ସେମାନଙ୍କୁ ଆପଣାଇବା ଲାଗି ମୋଦି ସରକାର ଏଭଳି ପଦକ୍ଷେପ ନେଉଥିବା କୁହାଯାଉଛି। ପାକିସ୍ତାନରୁ ଏଭଳି ପଳାଇ ଆସିଥିବା ସଂଖ୍ୟାଲଘୁ ସମ୍ପ୍ରଦାୟର ମୋଟ ୪୩୧ ଜଣଙ୍କୁ ଭାରତ ସରକାର ଗତ ମାସରେ ଦୀର୍ଘ ମିଆଦୀ ଭିସା ପ୍ରଦାନ କରିଛନ୍ତି। କେନ୍ଦ୍ର ସରକାରଙ୍କ ସଦ୍ୟ ଯୋଜନା ଅନୁଯାୟୀ, ପାକିସ୍ତାନ ବାଂଳାଦେଶ ଓ ଆଫଗାନିସ୍ତାନର ବିଶେଷ କରି ହିନ୍ଦୁ, ଶିଖ, ଜୈନ, ପାର୍ସୀ ଏବଂ ଖ୍ରୀଷ୍ଟୀୟ ପରି ସଂଖ୍ୟାଲଘୁ ସମ୍ପ୍ରଦାୟ ନିଜ ଦେଶ ଛାଡ଼ି ଦୀର୍ଧ ଦିନ ଧରି ଏଠାରେ ରହୁଥିଲେ ସେମାନଙ୍କୁ ଏଭଳି ସୁବିଧା ସୁଯୋଗ ମିଳିପାରିବ। ସେମାନେ ଏଠାରୁ ପାନ୍‌ କାର୍ଡ, ଆଧାର କାର୍ଡ ଏବଂ ଡ୍ରାଇଭିଂ ଲାଇସେନ୍ସ ଆଦି ହାସଲ କରିବାକୁ ଅନୁମତି ମିଳିବ। ଏହା ଦ୍ୱାରା ସେମାନେ ନିର୍ଦ୍ଦିଷ୍ଟ ଅଞ୍ଚଳରେ ସୀମିତ ପରିମାଣର ଜାଗାବାଡ଼ି କିଣି ବେପାର ବଣିଜ କରିବା ସହ ମୁଣ୍ଡ ଗୁଞ୍ଜିବା ପାଇଁ ଘର ମଧ୍ୟ କରିପାରିବେ ବୋଲି ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe