୪୪% କମ୍‌ ବର୍ଷା, ‘ବାୟୁ’ ଯୋଗୁଁ ମୌସୁମୀ ମନ୍ଥର

Advertisment
୧୪ ଯାଏ ମଧ୍ୟମଧରଣର ବର୍ଷା

ନୂଆଦିଲ୍ଲୀ: ଦେଶରେ ମୌସୁମୀ ସକ୍ରିୟ ରହିଥିଲେ ମଧ୍ୟ ଏହାର ଦୁର୍ବଳ ଗତି ଯୋଗୁଁ ୪୪ ପ୍ରତିଶତ କମ୍‌ ବର୍ଷା ହୋଇଛି । ସାମୁଦ୍ରିକ ବାତ୍ୟା ବାୟୁ ଯୋଗୁଁ ମୌସୁମୀର ଗତି ମନ୍ଥର ହୋଇଯାଇଥିଲା ଏବଂ ଏହା ଏବେ ସ୍ବାଭାବିକ ରୂପରେ ଆଗକୁ ବଢ଼ିବା ଆଶା ରହିଛି ବୋଲି ପାଣିପାଗ ବିଭାଗର ଅତିରିକ୍ତ ମହାନିର୍ଦ୍ଦେଶକ ଦେବେନ୍ଦ୍ର ପ୍ରଧାନ କହିଛନ୍ତି। ଏବେ ମଧ୍ୟପ୍ରଦେଶ, ଓଡ଼ିଶା, ଛତିଶଗଡ଼, ମହାରାଷ୍ଟ୍ର ଏବଂ ଗୋଆରେ ୫୯ ପ୍ରତିଶତ କମ୍‌ ବର୍ଷା ରେକର୍ଡ କରାଯାଇଛି । କେବଳ ତଟବର୍ତ୍ତୀ କର୍ଣ୍ଣାଟକ ଏବଂ କେରଳରେ ଭଲ ମୌସୁମୀ ବର୍ଷା ହୋଇଛି । ‘ବାୟୁ’ ଇତିମଧ୍ୟରେ ଗୁଜରାଟ ଉପକୂଳ ଅତିକ୍ରମ କରିଛି ଏବଂ ଏହାର ପ୍ରଭାବରେ କଚ୍ଛ, ସୌରାଷ୍ଟ୍ର ଏବଂ ଉତ୍ତର ଗୁଜରାଟରେ ପ୍ରବଳ ବର୍ଷା ଲାଗି ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe