ରୁଷ ସେନାରୁ ଛାଡ଼ ପାଇଲେ ୪୫ ଭାରତୀୟ

ରୁଷ ସେନାରେ ବେଆଇନ ଭାବେ ସୈନିକ କାମ କରୁଥିବା ପ୍ରାୟ ୪୫ ଭାରତୀୟ ମୁକ୍ତ ହୋଇଛନ୍ତି ଓ ଆଉ ୫୦ ଜଣଙ୍କୁ ମୁକ୍ତ କରାଯିବାକୁ ଉଦ୍ୟମ ଚାଲିଛି ବୋଲି ଭାରତର ବୈଦେଶିକ ମନ୍ତ୍ରାଳୟ ସୂଚନା ଦେଇଛି ।

mea1

ମସ୍କୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଭାରତର ବୈଦେଶିକ ମନ୍ତ୍ରାଳୟର ହସ୍ତକ୍ଷେପ କାମ ଦେଇଛି । ରୁଷ ସେନାରେ ବେଆଇନ ଭାବେ ସୈନିକ କାମ କରୁଥିବା ପ୍ରାୟ ୪୫ ଭାରତୀୟ ମୁକ୍ତ ହୋଇଛନ୍ତି । ଏ ସମ୍ପର୍କରେ ଭାରତର ବୈଦେଶିକ ମନ୍ତ୍ରାଳୟ ସୂଚନା ଦେଇଛି ।

ରୁଷ ସେନାରେ ଏବେ ବି ୫୦ ଜଣ ଭାରତୀୟ ନାଗରିକ ଅଛନ୍ତି ଓ ସେମାନେ ଯୁଦ୍ଧ କ୍ଷେତ୍ରରେ ଅଛନ୍ତି  । ସେମାନଙ୍କୁ ଉଦ୍ଧାର କରିବା ଏବଂ ସେମାନଙ୍କୁ ମୁକ୍ତ କରିବା ପାଇଁ ପ୍ରୟାସ ଜାରି ରହିଛି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ମୁଖପାତ୍ର କହିଛନ୍ତି।

ରୁଷ ସେନାରେ ଏବେ ବି ୫୦ ଜଣ ଭାରତୀୟ ନାଗରିକ ଅଛନ୍ତି ଓ ସେମାନେ ଯୁଦ୍ଧ କ୍ଷେତ୍ରରେ ଅଛନ୍ତି  । ସେମାନଙ୍କୁ ଉଦ୍ଧାର କରିବା ଏବଂ ସେମାନଙ୍କୁ ମୁକ୍ତ କରିବା ପାଇଁ ପ୍ରୟାସ ଜାରି ରହିଛି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ମୁଖପାତ୍ର କହିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗତ ମସ୍କୋ ଗସ୍ତ ସମୟରେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ମୋଦୀଙ୍କୁ ଆଶ୍ୱାସନା ଦେଇଥିଲେ ଯେ ରୁଷୀୟ ସେନାରେ ବେଆଇନଭାବେ ସାମିଲ ହୋଇଥିବା ଏବଂ ପରେ ୟୁକ୍ରେନରେ ଯୁଦ୍ଧ କ୍ଷେତ୍ରକୁ ଯିବାକୁ ବାଧ୍ୟ ହୋଇଥିବା ସମସ୍ତ ଭାରତୀୟଙ୍କୁ ରୁଷ୍ ମୁକ୍ତ କରିବ।
ନୂଆଦିଲ୍ଲୀରୁ ତାମିଲନାଡୁ ପର୍ଯ୍ୟନ୍ତ ବିସ୍ତାରିତ ଏକ ମାନବ ଚାଲାଣ ନେଟୱର୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଏବଂ ସ୍ଥାନୀୟ ଏଜେଣ୍ଟମାନଙ୍କୁ ବ୍ୟବହାର କରି ଭାରତୀୟ ଯୁବକମାନଙ୍କୁ ରୁଷ ନେଇଯାଇଥିଲା । ସେମାନଙ୍କୁ ଭଲ ଚାକିରି କିମ୍ବା ବଡ଼ ବିଶ୍ବବିଦ୍ୟାଳୟରେ ନାମ ଲେଖାଇଦେବା ପ୍ରତିଶ୍ରୁତି ଦେଇ ଚାଲାଣ କରାଯାଇଥିବା ସିବିଆଇ ଜାଣିବାକୁ ପାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe