ଜେଲର ଖାଦ୍ୟ ଖାଇ ଅସୁସ୍ଥ ୪୫ଜଣ କଏଦୀ ହସ୍ପିଟାଲରେ ହେଲେ ଭର୍ତ୍ତି

କର୍ଣ୍ଣାଟକର ମାଙ୍ଗାଲୁରୁର ଜିଲ୍ଲା ଜେଲରେ ୪୫ ଜଣ କଏଦୀ ବିଷାକ୍ତ ଖାଦ୍ୟ ଖାଇ ଅସୁସ୍ଥ ହୋଇପଡ଼ିଥିଲେ।  ଅସୁସ୍ଥ କଏଦୀଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡ଼ିଥିଲା।

୍ିତିୗ୍ତୀ

ମାଙ୍ଗାଲୁରୁ: ବୁଧବାର କର୍ଣ୍ଣାଟକର ମାଙ୍ଗାଲୁରୁର ଜିଲ୍ଲା ଜେଲରେ ୪୫ ଜଣ କଏଦୀ ବିଷାକ୍ତ ଖାଦ୍ୟ ଖାଇ ଅସୁସ୍ଥ ହୋଇପଡ଼ିଥିଲେ।  ଅସୁସ୍ଥ କଏଦୀଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡ଼ିଥିଲା।

ପ୍ରକାଶିତ ରିପୋର୍ଟ ଅନୁସାରେ, ଗତ ବୁଧବାର ମଧ୍ୟାହ୍ନ ଭୋଜନ ଖାଇବା ପରେ କଏଦୀମାନଙ୍କର ପେଟ ସମସ୍ୟା ଆରମ୍ଭ ହୋଇ ଯାଇଥିଲା। ପ୍ରାୟ ୪୫ ଜଣ କଏଦୀଙ୍କ ସ୍ୱାସ୍ଥ୍ୟ ସମସ୍ୟା (ଯେମିତି କି ବାନ୍ତି , ପେଟ ଯନ୍ତ୍ରଣା, ପତଳା ଝାଡ଼ା) ଅଭିଯୋଗ କରିବା ପରେ ସେମାନଙ୍କୁ ତୁରନ୍ତ ସରକାରୀ ୱେନଲକ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଅସୁସ୍ଥ କଏଦୀମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା। ତେଣୁ ତାଙ୍କୁ ଆଇସିୟୁରେ ଚିକିତ୍ସା କରାଯାଉଛି ।

ଜେଲ ଅଧିକାରୀଙ୍କ ଅନୁଯାୟୀ, କଏଦୀମାନଙ୍କୁ ମଧ୍ୟାହ୍ନ ଭୋଜନରେ ଭାତ-ସମ୍ବର ଏବଂ ଜଳଖିଆରେ ପୋହା ଖାଇବ‌ାକୁ ଦିଆଯାଇଥିଲା। ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣେ କଏଦୀଙ୍କୁ ଛାଡି ଅନ୍ୟ ସମସ୍ତ କଏଦୀଙ୍କ ଅବସ୍ଥା ସ୍ଥିର ଥିବା କୁହାଯାଇଛି।

ଏହି ଘଟଣା ସାମ୍ନାକୁ ଆସିବା ପରେ ସ୍ୱାସ୍ଥ୍ୟ ବିଭାଗର ଏକ ଦଳ କଏଦୀ ବ୍ୟବହାର କରୁଥିବା ପାନୀୟ ଜଳ, ସକାଳ ଜଳଖିଆ ଏବଂ ମଧ୍ୟାହ୍ନ ଭୋଜନର ଖାଦ୍ୟ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ଲ୍ୟାବକୁ ପଠାଇଛନ୍ତି।

କଏଦୀମାନଙ୍କ ଅବସ୍ଥା ଦେଖି ଜେଲ ପ୍ରଶାସନ ତୁରନ୍ତ ସମସ୍ତ ଅସୁସ୍ଥ କଏଦୀଙ୍କୁ ପୁଲିସ ସୁରକ୍ଷାରେ ଜିଲ୍ଲା ସରକାରୀ ଡାକ୍ତରଖାନାକୁ ନେଇ ଭର୍ତ୍ତି କରାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe