ବାଦାମ୍‌ ଚୋପା ଓ ବିସ୍କୁଟ ଖୋଳ ଭିତରେ ୪୫ଲକ୍ଷର ବିଦେଶୀ ମୁଦ୍ରା ଲୁଚାଇ ନେଉଥିବା ବେଳେ ଦିଲ୍ଲୀ ବିମାନବନ୍ଦରରେ ଧରାପଡ଼ିଲେ ଯୁବକ

ସିଆଇଏସ୍‌ଏଫ୍‌ ଅଧିକାରୀ ହେଲେ ଆଶ୍ଚର୍ଯ୍ୟ

ବାଦାମ୍‌ ଚୋପା ଓ ବିସ୍କୁଟ ଖୋଳ ଭିତରେ ୪୫ଲକ୍ଷର ବିଦେଶୀ ମୁଦ୍ରା ଲୁଚାଇ ନେଉଥିବା ବେଳେ ଦିଲ୍ଲୀ ବିମାନବନ୍ଦରରେ ଧରାପଡ଼ିଲେ ଯୁବକ

oneindia.

ନୂଆଦିଲ୍ଲୀ: ଇନ୍ଦିରାଗାନ୍ଧି ଅନ୍ତଜାର୍ତୀୟ ବିମାନବନ୍ଦର (ଆଇଜିଆଇ)ରେ ସିଆଇଏସ୍‌ଏଫ୍‌ ଅଧିକାରୀ ବିଦେଶୀ ନୋଟ ଚାଲାଣ କରୁଥିବା ଏକ ର‍୍ୟାକେଟର ପର୍ଦ୍ଦାଫାସ କରିଛନ୍ତି। ସିଆଇଏସ୍‌ଏଫ୍‌ର ଟିମ୍‌କୁ  ବିଶେଷ ସୂତ୍ରରୁ ଏହି ବିଦେଶୀ ଟଙ୍କା ଚାଲାଣ ହେଉଥିବା ଖବର ମିଳିବା ପରେ ସେମାନେ ବିମାନବନ୍ଦରରେ ଯାଞ୍ଚ ଆରମ୍ଭ କରିଥିଲେ।

ଏହି ଯାଞ୍ଚ ସମୟରେ ସିଆଇଏସ୍‌ଏଫ୍‌ର ଟିମକୁ  ବିମାନବନ୍ଦରରେ ଥିବା ଜଣେ ଯାତ୍ରୀଙ୍କ ସ୍ୱଭାବ ଦେଖି ସନ୍ଦେହ ହୋଇଥିଲା। ଏହାପରେ ସେମାନେ ଉକ୍ତ ବ୍ୟକ୍ତିଙ୍କୁ ନିଜ ସହିତ ନେଇ ଯାଇ ପଚରାଉଚରା କରିଥିଲେ। ଏଥିସହିତ ତାଙ୍କର ଜିନିଷ ପତ୍ର ବି ଯାଞ୍ଚ କରିଥିଲେ। ଯାଞ୍ଚ ସମୟରେ ସିଆଇଏସ୍‌ଏଫ୍‌ ଅଧିକାରୀ ଯେଉଁ ଦୃଶ୍ୟ ଦେଖିବାକୁ ପାଇଥିଲେ ତାହା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହି ଅଭିଯୁକ୍ତ ଜଣକ ବାଦାମ୍‌ ଚୋପା ଓ ବିସ୍କୁଟ ଖୋଳ ଭିତରେ ବିଦେଶୀ ମୁଦ୍ରା ଚାଲାଣ କରୁଥିବା ଦେଖିଥିଲେ ସିଆଇଏସ୍‌ଏଫ ଅଧିକାରୀ। ପଚରାଉଚରା ସମୟରେ ଅଭିଯୁକ୍ତ ଜଣକ ଏହି ଟଙ୍କା ଦୁବାଇ ନେଇ ଯାଉଥିବା ପୁଲିସ ସୂତ୍ରରୁ ପ୍ରକାଶ। ଅଭିଯୁକ୍ତର ନାମ ମୁରାଦ ଆଲମ ବୋଲି ଜଣାପଡ଼ିଛି।

publive-image oneindia.

ଇନ୍ଦିରା ଗାନ୍ଧି ଆନ୍ତର୍ଜାତୀୟ ବିମାନବନ୍ଦରରେ ଘଟିଥିବା ଏହି ଆଶ୍ଚର୍ଯ୍ୟଜନକ ଘଟଣାର ଭିଡିଓ ସାମ୍ନାକୁ ଆସିଛି। ଏଥିରେ ଦେଖିବାକୁ ମିଳୁଛି, ସିଆଇଏସ୍‌ଏଫ୍‌ ଅଧିକାରୀ ମୁରାଦ ଆଲମ ଠାରୁ ଜବତ କରିଥିବା ବାଦାମ ଚୋପା, ବିସ୍କୁଟ ଓ ମିଠା ଖୋଳ ଖୋଲିଲା ବେଳକୁ ସେଥିରୁ ଛୋଟଛୋଟ ଆକାରରେ ଗୁଡା ହୋଇଥିବା ବିପୁଳ ପରିମାଣର ବିଦେଶୀ ଟଙ୍କା ବାହାରୁଛି। ଜବତ ହୋଇଥିବା ବିଦେଶୀ ଟଙ୍କାର ମୂଲ୍ୟ ୪୫ଲକ୍ଷ ଟଙ୍କା ପାଖାପାଖି ହେବ ବୋଲି ଅନୁମାନ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe