ଏପ୍ରିଲ ୧୧ ସୁଦ୍ଧା ଦେଶରେ ୪୫ ଲକ୍ଷ ଟିକା ନଷ୍ଟ ହୋଇଛି

Advertisment
ଏପ୍ରିଲ ୧୧ ସୁଦ୍ଧା ଦେଶରେ ୪୫ ଲକ୍ଷ ଟିକା ନଷ୍ଟ ହୋଇଛି

India TV News

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣର ୨ୟ ଲହର ଦେଖାଦେଇଥିବାବେଳେ ଟିକାର ଅଭାବ ଦେଖାଦେଇଛି । କିନ୍ତୁ ଦୁର୍ଭାଗ୍ୟର ବିଷୟ ହେଉଛି ଏହି ଅଭାବ ସମୟରେ ବି ଦେଶରେ ଲକ୍ଷ ଲକ୍ଷ ଡୋଜ ଟିକା ନଷ୍ଟ ହେଉଛି ।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟଠାରୁ ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁସାରେ ଗତ ଏପ୍ରିଲ ୧୧ ସୁଦ୍ଧା କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟମାନଙ୍କୁ ୧୦ କୋଟି ୩୪ ଲକ୍ଷ ଡୋଜ୍ ଟିକା ଯୋଗାଇ ଦିଆଯାଇଥିବାବେଳେ ତା’ମଧ୍ୟରୁ  ପ୍ରାୟ ୪୪ ଲକ୍ଷ ୭୮ ହଜାର ଡୋଜ୍ ଟିକା ନଷ୍ଟ ହୋଇଛି । ଟିକା ନଷ୍ଟ କ୍ଷେତ୍ରରେ ତାମିଲନାଡ଼ୁ ଓ ହରିୟାଣା ଦେଶରେ ଆଗୁଆ ଅଛନ୍ତି । ତାମିଲନାଡ଼ୁରେ ପ୍ରତି ୧୦୦ଟି ଟିକାରେ ୧୨ଟି ଟିକା ନଷ୍ଟ ହେଉଥିବାବେଳେ ହରିୟାଣାରେ ପ୍ରତି ୧୦୦ଟି ଟିକାରେ ୯ଟି ଟିକା ନଷ୍ଟ ହେଉଛି । ପଂଜାବ, ମଣିପୁର ଓ ତେଲେଙ୍ଗାନାରେ ପ୍ରତି ୧୦୦ଟି ଟିକାରେ ୮ଟି ଟିକା ନଷ୍ଟ ହେଉଛି ।

ଅନ୍ୟପକ୍ଷରେ କେରଳ, ପଶ୍ଚିମବଙ୍ଗ, ଗୋଆ, ହିମାଚଳପ୍ରଦେଶ, ମିଜୋରାମ, ଦାମନ ଡିଉ, ଲକ୍ଷଦ୍ବୀପ, ଆଣ୍ଡାମାନ ଓ ନିକୋବର ରେ ସବୁଠାରୁ କମ ଟିକା ନଷ୍ଟ ହୋଇଛି । ମହାରାଷ୍ଟ୍ରରେ ସବୁଠାରୁ ଅଧିକ ଟିକା ଦିଆଯାଇଛି । ମହାରାଷ୍ଟ୍ରରେ ପ୍ରାୟ ୩.୮ ପ୍ରତିଶତ ଟିକା ନଷ୍ଟ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe