ସିକନ୍ଦରାବାଦ ଷ୍ଟେସନରୁ ୫୪ କେଜି ଗଞ୍ଜେଇ ଜବତ, ୬ ଗିରଫ

ସିକନ୍ଦରାବାଦ ଷ୍ଟେସନରୁ ୫୪ କେଜି ଗଞ୍ଜେଇ ଜବତ, ୬ ଗିରଫ

Times of India

ହାଇଦ୍ରାବାଦ : ସିକନ୍ଦରାବାଦ ରେଳ ଷ୍ଟେସନରେ ଆର୍‌ପିଏଫ୍‌ ଶନିବାର ୫୪ ‌କିଲୋଗ୍ରାମ ଓଜନର ଗଞ୍ଜେଇ ଜବତ କରିଥିବାବେଳେ ୬ ଜଣଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତିମାନଙ୍କ ମଧ୍ୟରୁ ୪ ଜଣ ଓଡ଼ିଶାର ହୋଇଥିବାବେଳେ ୨ ଜଣ ମହାରାଷ୍ଟ୍ରର। ସେମାନେ ଟ୍ରେନ୍‌ ଯୋଗେ ଓଡ଼ିଶାରୁ ଗଞ୍ଜେଇ ନେଇ ମହାରାଷ୍ଟ୍ର ଯାଉଥିଲେ। ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୦.୮୦ ଲକ୍ଷ ଟଙ୍କା ହେବ ବୋଲି ଜିଆର୍‌ପି ସୂତ୍ରରୁ ପ୍ରକାଶ। ଗିରଫ ଅଭିଯୁକ୍ତମାନେ ହେଲେ ପ୍ରେମାନନ୍ଦ ମଲ୍ଲିକ (ସପ୍ଲାଏର), ସୁବନ ହାଇଦର ଶେଖ୍‌, ହାଜି ମସ୍ତାନ, ରମଜାନ୍‌ ଶେଖ୍‌ (ଦୁହେଁ ସେଲର୍‌), ନିର ମଲ୍ଲିକ, ରାଜୁ ମଲ୍ଲିକ, ଅକ୍ଷୟ ମଲ୍ଲିକ (ଚାଲାଣକାରୀ)। ଏମାନେ ଓଡ଼ିଶାର ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁରରୁ ମୁମ୍ବାଇକୁ ଗଞ୍ଜେଇ ଚାଲାଣ କରୁଥିଲେ। ସେମାନେ ମୁମ୍ବାଇ ଯିବାକୁ ଅନ୍ୟ ଏକ ଟ୍ରେନ୍‌ରେ ଚଢ଼ିବା ପାଇଁ ସିକନ୍ଦରାବାଦ ଷ୍ଟେସନରେ ଓହ୍ଲାଇଥିବାବେଳେ ଜିଆର୍‌ପି ହାତରେ ଧରା ପଡ଼ିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe