Deshabhimani
ଟେକ୍ସାସ୍ : ଆମେରିକାର ଦକ୍ଷିଣ ପଶ୍ଚିମ ଟେକ୍ସାସର ସେନ୍ ଆଣ୍ଟୋନିଓରୁ ଆଜି ଏକ ହୃଦୟ ବିଦାରକ ଖବର ସାମ୍ନାକୁ ଆସିଛି। ଏକ ଟ୍ରକ୍ରୁ ୪୬ ଜଣଙ୍କର ମୃତଦେହ ମିଳିଥିବା ବେଳେ ୧୬ଜଣଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ଏହି ଘଟଣା ଏକ ପ୍ରବାସୀ ମାମଲା ଏବଂ କିଛି ମାନବ ଚାଲାଣ ଠିକାଦାରଙ୍କ ବେଆଇନ କାର୍ଯ୍ୟ ଯୋଗୁଁ ଏଭଳି ଘଟଣା ଘଟିଛି ବୋଲି ପୁଲିସ କହିଛି। ମେକ୍ସିକୋ ସୀମା ଦେଇ ଆମେରିକାରେ ଅନୁପ୍ରବେଶ କରୁଥିବା ଲୋକଙ୍କୁ ସେମାନଙ୍କ ଗସ୍ତବ୍ୟସ୍ଥଳରେ ପହଞ୍ଚାଇବା ପାଇଁ କିଛି ଦଲାଲ ଯାନବାହନ ଯୋଗାଡ଼ କରିଥାନ୍ତି।
ଅତି ବିପଜ୍ଜନକ ଭାବେ ଏକ ଟ୍ରକ୍ କଣ୍ଟେନରରେ ପ୍ରାୟ ୬୫ ଜଣଙ୍କୁ ନିଆଯାଉଥିବା ବେଳେ ପ୍ରବଳ ଗରମ ଓ ଶ୍ବାସରୁଦ୍ଧ ହେବାରୁ ଏଭଳି ଘଟଣା ଘଟିଛି ବୋଲି ଅଗ୍ନିଶମ ବିଭାଗର ମୁଖ୍ୟ ଚାର୍ଲ୍ସ୍ ହୁଡ୍ କହିଛନ୍ତି । ଏହି ମାମଲାରେ ତିନି ଜଣଙ୍କୁ ଗିରଫ କରାଯାଇଛି। ଗତ ୩ ବର୍ଷ ଭିତରେ ହଜାର ହଜାର ଲୋକ ମେକ୍ସିକୋ ସୀମା ଦେଇ ଆମେରିକାରେ ଅନୁପ୍ରବେଶ ଉଦ୍ୟମ କରିଛନ୍ତି। ଏଥିରେ ଶତାଧିକ ଲୋକଙ୍କ ମୃତ୍ୟୁ ହୋଇଛି।
Follow Us