୨୪ ଘଣ୍ଟାରେ ୪୬୯୫୧ ଆକ୍ରାନ୍ତ: ସପ୍ତାହକରେ ୨.୬ ଲକ୍ଷ କରୋନା ମାମଲା, ଚଣ୍ଡିଗଡ଼ରେ ୩୧ ଯାଏଁ ସ୍କୁଲ, କଲେଜ ବନ୍ଦ

Advertisment

ମହାରାଷ୍ଟ୍ରରେ ୮୫% ଲୋକ ଲକ୍ଷଣହୀନ, କରୋନାଭୂତାଣୁର ପରାକ୍ରମ କମିନି: ବିଶେଷଜ୍ଞ

ମହାରାଷ୍ଟ୍ରରେ ୮୫% ଲୋକ ଲକ୍ଷଣହୀନ, କରୋନାଭୂତାଣୁର ପରାକ୍ରମ କମିନି: ବିଶେଷଜ୍ଞ

ଚିନ୍ତା ବଢ଼ାଇଲା ‘ସଂକ୍ରମଣ ଶକ୍ତି’ : କରୋନାର ‘ଆର୍‌’ ଭ୍ୟାଲୁ ବଢ଼ିଲା, ଆଗକୁ ସଂକ୍ରମଣ ଆହୁରି ବଢ଼ିବ!

ନୂଆଦିଲ୍ଲୀ : ସପ୍ତାହକ ମଧ୍ୟରେ ଦେଶରେ କରୋନା ସଂକ୍ରମଣ ବହୁମାତ୍ରାରେ ବଢ଼ିଛି। ମାର୍ଚ୍ଚ ୧୫ରୁ ୨୧ ମଧ୍ୟରେ ୨.୬ ଲକ୍ଷରୁ ଅଧିକ ଲୋକ କରୋନାରେ ସଂକ୍ରମିତ ହୋଇଛନ୍ତି। ପୂର୍ବ ସପ୍ତାହ ତୁଳନାରେ ସଂକ୍ରମଣ ୬୭ ପ୍ରତିଶତ ବଢ଼ିଛି। ମାର୍ଚ୍ଚ ୧୫ ପୂର୍ବ ସପ୍ତାହରେ ୧.୫୫ ଲକ୍ଷ ଲୋକ କରୋନାରେ ସଂକ୍ରମିତ ହୋଇଥିଲେ। ରବିବାର ଦିନ ଦେଶରେ ୪୬,୯୫୧ ନୂଆ ମାମଲା ଚିହ୍ନଟ ହୋଇଛି। ଏହା କେବଳ ୨୦୨୧ ମସିହାର ନୁହେଁ, ୨୦୨୦ ନଭେମ୍ବର ୭ ପରେ ସର୍ବାଧିକ ଦୈନିକ ସଂକ୍ରମଣ। ମାତ୍ର ଦୁଇ ଦିନରେ ଦେଶରେ ସଂକ୍ରମଣ ମାମଲା ୯୦ ହଜାରରୁ ଅଧିକ ରହିଛି। ଆଜି ଏବଂ ଗତକାଲିର ସଂକ୍ରମଣକୁ ମିଶାଇଲେ ‌ମୋଟ୍‌ ୯୦,୭୯୭ ଜଣ ସଂକ୍ରମିତ ହୋଇଛନ୍ତି। ଦେଶରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୧,୧୬,୪୬,୦୮୧କୁ ବୃଦ୍ଧି ପାଇଛି ଏବଂ କରୋନା ମୃତ୍ୟୁସଂଖ୍ୟା ୧,୫୯,୯୬୭ ପହଞ୍ଚିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୧୨ ଜଣଙ୍କ ମୃତ୍ୟୁ ହୋଇଛି। ୭୨ ଦିନ ମଧ୍ୟରେ ଏହା ସର୍ବାଧିକ ଦୈନିକ ମୃତ୍ୟୁ । ତେବେ ଚଳିତ ସପ୍ତାହର ମୋଟ୍‌ କରୋନା ମୃତ୍ୟୁସଂଖ୍ୟା ୧୨୩୯ ରହିଛି। ୫ ରାଜ୍ୟ ମହାରାଷ୍ଟ୍ର, ପଂଜାବ, କର୍ଣ୍ଣାଟକ, ଗୁଜରାଟ ଏବଂ ମଧ୍ୟପ୍ରଦେଶରେ ୮୦ ପ୍ରତିଶତ ନୂଆ ମାମଲା ରହିଛି।

ମହାରାଷ୍ଟ୍ରରେ ଲଗାତାର ସଂକ୍ରମଣ ବଢ଼ୁଛି। ମହାରାଷ୍ଟ୍ରରେ ରବିବାର ୩୦,୫୩୫ ନୂଆ ମାମଲା ଚିହ୍ନଟ ହୋଇଛି। ତେବେ ମହାରାଷ୍ଟ୍ରରେ ୮୫ ପ୍ରତିଶତ ମାମଲା ଲକ୍ଷଣବିହୀନ ବୋଲି ମହାରାଷ୍ଟ୍ର ସ୍ବାସ୍ଥ୍ୟ ମନ୍ତ୍ରୀ କହିଛନ୍ତି। ଲଗାତାର ୧୨ ଦିନ ଧରି ସଂକ୍ରମଣ ବଢ଼ିବାରୁ ଦେଶରେ ସକ୍ରିୟ ମାମଲା ୩,୩୪,୬୪୬କୁ ବୃଦ୍ଧି ପାଇଛି। ଦିଲ୍ଲୀ ଏବଂ ମୁମ୍ବାଇରେ ବି ସଂକ୍ରମଣ ବଢ଼ିଚାଲିଛି। ସଂକ୍ରମଣ ବଢ଼ିବାରୁ ଡିଡିଏମ୍‌ଏ (ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ)ଙ୍କ ଦ୍ବାରା ଏକ ବୈଠକ ଡକାଯାଇଛି। ମହାରାଷ୍ଟ୍ରର ନାନ୍ଦେଦରେ ୧୧ ଦିନିଆ କର୍ଫ୍ୟୁ ଘୋଷଣା ହୋଇଛି। ନାଗପୁରରେ ୩୧ ତାରିଖ ପର୍ଯ୍ୟନ୍ତ କଟକଣା ବୃଦ୍ଧି କରାଯାଇଛି। କର୍ଣ୍ଣାଟକରେ ସଂକ୍ରମଣ ବଢ଼ିବାରୁ ପଂଜାବ ଏବଂ ଚଣ୍ଡିଗଡ଼ରୁ ଆସୁଥିବା ଯାତ୍ରୀଙ୍କ ପାଇଁ କୋଭିଡ୍‌ ନେଗେଟିଭ୍‌ ରିପୋର୍ଟ ବ‌ାଧ୍ୟତାମୂଳକ କରାଯାଇଛି। ଚଣ୍ଡିଗଡ଼ରେ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ସ୍କୁଲ,କଲେଜକୁ ବନ୍ଦ କରାଯାଇଛି। ଏଥିସହିତ ହୋଲି ମିଳନକୁ ପ୍ରଶାସନ ବନ୍ଦ ଘୋଷଣା କରିଛି।

ଗୁଜରାଟର ୧୦ ଜିଲ୍ଲାରେ ସଂକ୍ରମଣ ଦ୍ବିଗୁଣା

ଅହମଦାବାଦ୍‌ : ଗୁଜରାଟରେ ୭ ଦିନରେ ସଂକ୍ରମଣ ମାମଲା ୮୨ ପ୍ରତିଶତ ବୃଦ୍ଧି ହୋଇଛି। ଦୀପାବଳି ପରେ ଗୁଜରାଟରେ ଯେମିତି ସଂକ୍ରମଣ ବଢ଼ିଥିଲା ସେ ସମୟଠାରୁ ଏବେ ଦ୍ରୁତ ସଂକ୍ରମଣ ହେଉଛି। ୩୩ ଜିଲ୍ଲା ମଧ୍ୟରୁ ୧୦ଟିରେ ସଂକ୍ରମଣ ଦ୍ବିଗୁଣା ହୋଇଛି। ଗୁଜରାଟରେ ଗତ ୨୪ ଘଣ୍ଟା‌ ମଧ୍ୟରେ ୧୫୮୦ ନୂଆ ମାମଲା ଚିହ୍ନଟ ହୋଇଛି। ୪ ପ୍ରମୁଖ ଜିଲ୍ଲା ମଧ୍ୟରୁ ସୁରତ୍‌ରେ ୧୧୬% ସଂକ୍ରମଣ ବୃଦ୍ଧି ହୋଇଛି। ଅହମଦାବାଦ୍‌ରେ ୧୧୨% ବୃଦ୍ଧି ହୋଇଛି। ରାଜକୋଟ ଏବଂ ଭଦୋଦରାରେ ଯଥାକ୍ରମେ ୭୨% ଏବଂ ୨୨% ସଂକ୍ରମଣ ବୃଦ୍ଧି ହୋଇଛି। ମାର୍ଚ୍ଚ ୧୫ରୁ ୨୧ ମଧ୍ୟରେ ରାଜ୍ୟରେ ଚିହ୍ନଟ ହୋଇଥିବା ମାମଲାର ୫୭% କେବଳ ଅହମଦାବାଦ୍‌ ଏବଂ ସୁରତ୍‌ରୁ ଚିହ୍ନଟ ହୋଇଛି।

କରୋନାଭୂତାଣୁର ପରାକ୍ରମ କମିନି: ବିଶେଷଜ୍ଞ
ମୁମ୍ବାଇ: ମୁମ୍ବାଇରେ ଚିକିତ୍ସକମାନେ କିଛି କୋଭିଡ୍‌ ପୀଡ଼ିତ ଯୁବକଙ୍କ ଫୁସଫୁସରେ ଦ୍ରୁତ ଅବନତି ପରିଲକ୍ଷିତ ହୋଇଥିବା ଲକ୍ଷ୍ୟ କରିଛନ୍ତି। ଯୁବକମାନଙ୍କ ଠାରେ ପ୍ରଥମରୁ କୋଭିଡ୍‌ ସଂକ୍ରମଣର କୌଣସି ଲକ୍ଷଣ ଜଣାପଡ଼ିନଥିବା ବେଳେ ପରେ ସେମାନେ ଗୁରୁତର ହୋଇପଡ଼ିବା ଡାକ୍ତରମାନଙ୍କ ଚିନ୍ତା ବଢ଼ାଇ ଦେଇଛି। ଏପରିକି ସାମାନ୍ୟରୁ ମଧ୍ୟମ ଧରଣର ଲକ୍ଷଣ ଦେଖାଦେଇଥିବା କିଛି ଯୁବ ରୋଗୀ ମାତ୍ର ଚାରି ଦିନ ଭିତରେ ଭେଣ୍ଟିଲେଟର ସହାୟତା ଲୋଡ଼ିବା ପରି ପରିସ୍ଥିତି ଚିକିତ୍ସକମାନଙ୍କୁ ବିବ୍ରତ କରିଛି। ଜଣେ ବରିଷ୍ଠ ନାଗରିକଙ୍କର ଫୁସଫୁସ ମାତ୍ର ୧୮ ଘଣ୍ଟା ଭିତରେ ଖରାପ ହୋଇଯିବା ସହ ମୃତ୍ୟୁ ଏହି ବିଭୀଷିକାକୁ ଦୋହରାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe