ବେଙ୍ଗାଲୁରୁ: କର୍ଣ୍ଣାଟକର ତୁମାକୁରୁ ଜିଲ୍ଲାରେ ଜଣେ ଛେଳିଚରାଳି କରୋନାଭାଇରସ୍ ପଜିଟିଭ୍ ବାହାରିବାରୁ ପ୍ରାୟ ୪୭ଟି ଛେଳିଙ୍କୁ କ୍ବାରେଣ୍ଟିନ୍ରେ ରଖାଯାଇଥିବା କଥା ସରକାରୀ କର୍ମଚାରୀମାନେ ମଙ୍ଗଳବାର ଦିନ କହିଛନ୍ତି।
ଗୋଲ୍ଲାରହାଟ୍ଟି ତାଲୁକ ଅନ୍ତର୍ଗତ ଗୋଡ଼େକେରେ ଗାଁରେ କେତେକ ଛେଳିଙ୍କର ଶ୍ବାସପ୍ରଶ୍ବାସଜନିତ ସମସ୍ୟା ଉପୁଜିବା ଲକ୍ଷ୍ୟ କରି ଗ୍ରାମବାସୀମାନେ ଛାନିଆ ହୋଇଯାଇଥିଲେ ବୋଲି ଜିଲ୍ଲା ପ୍ରାଣୀ ପାଳନ ବିଭାଗ କହିଛି।
ବିଶେଷସୂତ୍ରରୁ ଜଣାପଡ଼ିଛି ଯେ,ଚିକ୍କନାୟକନହାଲ୍ଲି ତାଲୁକରେ ୧୦୦୦ ଜନସଂଖ୍ୟବିଶିଷ୍ଟ ୩୦୦ ଘର ଅଛି। ଜଣେ ଛେଳିଚରାଳିଙ୍କ ସମେତ ଦୁଇଜଣ ଗ୍ରାମବାସୀ ନିକଟରେ କରୋନାଭାଇରସ୍ ପଜିଟିଭ୍ ବାହାରିଥିଲେ। ଏହାପରେ ଜଣେ ଛେଳି ମାଲିକଙ୍କର ୪ଟି ଛେଳି ମରିଯିବାରୁ ଗାଁରେ ଆତଙ୍କ ସୃଷ୍ଟି ହୋଇଥିଲା।
Image Courtesy of The Hinduମଙ୍ଗଳବାର ଦିନ ଜିଲ୍ଲା ସ୍ବାସ୍ଥ୍ୟ ଓ ପଶୁଚିକିତ୍ସା କର୍ମଚାରୀ ସେ ଗାଁକୁ ଯାଇ ଛେଳିମାନଙ୍କର ସ୍ବାବ ନମୁନା ସଂଗ୍ରହ କରିବା ପରେ ଗାଁ ବାହାରେ ସେମାନଙ୍କୁ କ୍ବାରେଣ୍ଟିନ୍ରେ ରଖିଛନ୍ତି। (ଏଠାରେ ସୂଚାଇ ଦିଆଯାଇ ପାରେ ଯେ, ‘କ୍ବାରେଣ୍ଟିନ୍’ ଶବ୍ଦ ଏକଦା ଗୃହପାଳିତ ପଶୁସମ୍ପଦଙ୍କ କ୍ଷେତ୍ରରେ ବ୍ୟବହାର ହେଉଥିଲା। ପଶୁମାନଙ୍କ ଠାରେ କୌଣସି ସଂକ୍ରାମକ ରୋଗ ଦେଖାଦେଲେ ସେମାନଙ୍କୁ ନିର୍ଜନ ସ୍ଥାନରେ ବନ୍ଦ କରି ରଖାଯାଉଥିଲା। ଏହାକୁ ‘କ୍ବାରେଣ୍ଟିନ୍’ କୁହାଯାଉଥିଲା।)
Image Courtesy of The Times of Indiaଜିଲ୍ଲା ସ୍ବାସ୍ଥ୍ୟ ଓ ପଶୁଚିକିତ୍ସା କର୍ମଚାରୀମାନେ ଛେଳିମାନଙ୍କୁ ମାରିବାକୁ ଆସିଛନ୍ତି ସନ୍ଦେହ ପ୍ରଥମେ ଗ୍ରାମବାସୀମାନେ ସେମାନଙ୍କୁ ଛାଡୁ ନ ଥିଲେ। କିନ୍ତୁ, ଛେଳିମାନଙ୍କର ସ୍ବାବ୍ ସଂଗ୍ରହ କରି ସେମାନଙ୍କୁ କ୍ବାରେଣ୍ଟିନ୍ରେ ନ ରଖିଲେ ଗାଁର ସମଗ୍ର ପଶୁସମ୍ପଦ ସଂକ୍ରମିତ ହୋଇପାରନ୍ତି ବୋଲି ବୁଝାଇବା ପରେ ଗାଁ ଲୋକେ ଆଉ ବିରୋଧ କରି ନ ଥିଲେ।
ପଶୁପାଳନ ବିଭାଗର ସଚିବ ପି ମଣିବାନ୍ନନ କହିଛନ୍ତି, ଆମେ ଘଟଣାର ତଦନ୍ତ କରୁଛୁ। ମୃତ ଛେଳିମାନଙ୍କର ବ୍ୟବଚ୍ଛେଦ ହେବ। ସ୍ବାବ୍ ନମୁନା ବେଙ୍ଗାଲୁରୁର ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଆନିମଲ୍ ହେଲ୍ଥ୍ ଆଣ୍ଡ୍ ଭେଟରିନାରି ବାୟୋଲୋଜିକାଲ୍ସ୍କୁ ପଠାଯାଇଛି।
Follow Us