ପେରୁସ୍ଥିତ ‘ଡେଭିଲ୍‌ସ୍‌ କର୍ଭ’ ରାଜପଥରେ ବସ୍‌ ଖସି ୪୮ ମୃତ

Advertisment
ପେରୁସ୍ଥିତ ‘ଡେଭିଲ୍‌ସ୍‌ କର୍ଭ’ ରାଜପଥରେ ବସ୍‌ ଖସି ୪୮ ମୃତ

Image Courtesy of The New York Times

ଲିମା: ମଙ୍ଗଳବାର ଦିନ ଏକ ତୀଖା ପାହାଡ଼ରୁ ଗୋଟାଏ ବସ୍‌ ଖସି ପଥୁରିଆ ସମୁଦ୍ର କୂଳରେ ପଡ଼ିବାରୁ ଅନ୍ୟୂନ ୪୮ ଜଣ ଯାତ୍ରୀ ନିହତ ହୋଇଛନ୍ତି। ରାଜପଥର ସେହି ସଙ୍କୀର୍ଣ୍ଣ ଖଣ୍ଡଟିକୁ ‘ସଇତାନର ବୁଲାଣି’ ବା ‘ଡେଭିଲ୍‌ସ୍‌ କର୍ଭ’ କୁହାଯାଏ।

ମଧ୍ୟାହ୍ନର ଟିକେ ପୂର୍ବରୁ ୫୭ ଜଣ ବ୍ୟକ୍ତିଙ୍କୁ ନେଇ ବସ୍‌ଟି ପେରୁର ରାଜଧାନୀ ଅଭିମୁଖେ ଯାଉଥିଲା ବେଳେ ଏକ ଟ୍ରାକ୍ଟର୍‌ ଟ୍ରଲି ତାକୁ ଧକ୍କା ଦେଇଥିଲା। ଫଳରେ ବସ୍‌ଟି ଢାଲୁ ଉପରେ ଗଡ଼ି ଗଡ଼ି ତଳକୁ ଖସି ଯାଇ ପ୍ରଶାନ୍ତ ମହାସାଗରର ବେଳାରେ ଚିତ୍‌ ହୋଇ ପଡ଼ି ଯାଇଥିଲା। ପଥର ଖଣ୍ଡ ସବୁ ଭିତରେ ଯାତ୍ରୀମାନଙ୍କର ଶବ ବିଛାଡ଼ି ହୋଇ ପଡ଼ିଥିବାର ଦେଖା ଯାଇଥିଲା। ଲିମାର ଉତ୍ତର ପଟକୁ ପ୍ରାୟ ୭୦ କିଲୋମିଟର୍‌ ଦୂର ପାସାମାୟୋ ଅଞ୍ଚଳରେ ଏହି ଦୁର୍ଘଟନା ଘଟିଛି।

publive-image Image Courtesy of The New York Times

ସେଠାରୁ ମୃତାହତମାନଙ୍କୁ ଉଦ୍ଧାର କରିବାକୁ ଉଦ୍ଧାରକାରୀମାନଙ୍କୁ ବହୁ ଅସୁବିଧାରେ ସମ୍ମୁଖୀନ ହେବାକୁ ପଡ଼ିଥିଲା। ଆଖପାଖ ଡାକ୍ତରଖାନାକୁ ଛଅ ଜଣ ଆହତଙ୍କୁ ନେବା ପାଇଁ ପୁଲିସ ଏବଂ ଅଗ୍ନିଶମ କର୍ମଚାରୀମାନେ ହେଲିକାପ୍ଟର୍‌ ବ୍ୟବହାର କରିଥିଲେ।

୪୮ ଯାତ୍ରୀ ମୃତ ବୋଲି ନିଶ୍ଚିତ କରାଯାଇଥିବା ବେଳେ ଆଉ ତିନି ଜଣ ଯାତ୍ରୀ ନିଖୋଜ ହୋଇ ଯାଇଛନ୍ତି।

ଦୁର୍ଘଟନା ସମୟରେ ଦୁଇଟିଯାକ ଗାଡ଼ି ଅତି ଦ୍ରୁତ ବେଗରେ ଯାଉଥିଲେ। ବିଳମ୍ବିତ ରାତ୍ରୀ ଯାଏଁ ଉଦ୍ଧାର କାର୍ଯ୍ୟ ଚାଲିଥିଲା। ପୀଡ଼ିତମାନଙ୍କର ଜିନିଷପତ୍ର ଲୁଟ୍‌ କରି ନେଉଥିବା ସନ୍ଦେହରେ ଜଣକୁ ଅଟକ ରଖାଯାଇଥିବା କଥା ଅଧିକାରୀମାନେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe