ଆସାମରେ ଏନ୍‌ସେଫାଲାଇଟିସ୍‌, ୪୯ ଶିଶୁଙ୍କ ମୃତ୍ୟୁ

Advertisment
ଆସାମରେ ଏନ୍‌ସେଫାଲାଇଟିସ୍‌, ୪୯ ଶିଶୁଙ୍କ ମୃତ୍ୟୁ

The Hindu

ଗୌହାଟି: ବିହାର ପରେ ଏବେ ଆସାମର ବିଭିନ୍ନ ଜିଲ୍ଲାରେ ଏନ୍‌ସେଫାଲାଇଟିସ୍‌ ଆତଙ୍କ ଖେଳିଯାଇଛି। ଜାପାନିଜ୍‌ ଏ‌ନ୍‌ସେଫାଲାଇଟିସ୍‌ରେ ଆକ୍ରାନ୍ତ ହୋଇଆସାମରେ ୪୯ ଜଣ ଶିଶୁଙ୍କ ମୃତ୍ୟୁ ହୋଇଛି। ଏହାବାଦ୍‌ ୧୯୦ ଜଣଙ୍କ ଠାରେ ଜାପାନିଜ୍‌ ଏନସେଫାଲାଇଟିସ୍‌ ପଜିଟିଭ୍‌ ଥିବା‌ ଜଣାପଡ଼ିଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଜାପାନିଜ୍‌ ଏନସେଫାଲାଇଟିସ୍‌କୁ ନିୟନ୍ତ୍ରଣ ପାଇଁ ବ୍ୟାପକ ପଦ‌କ୍ଷେପ ଗ୍ରହଣ ହୋଇଛି। ଏଥିପାଇଁ ସରକାରୀ ଚିକିତ୍ସାଳୟର ଡାକ୍ତର, ନର୍ସ ଏବଂ ଅନ୍ୟ ମେଡିକାଲ୍‌ କର୍ମଚାରୀଙ୍କ ଛୁଟିକୁ ଆସନ୍ତା ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ବାତିଲ କରି ଦିଆଯାଇଛି। ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ହିମନ୍ତ ବିଶ୍ବ ସର୍ମା କହିଛନ୍ତି ଏହି ଜାପାନୀ ଜ୍ବରକୁ ନିୟନ୍ତ୍ରଣ ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ଗ୍ରହଣ ହେଉଛି। ଏବେ ୨୦ଟି ଜିଲ୍ଲାରେ ଉଭୟ ଶିଶୁ ଏବଂ ଯୁବପିଢ଼ିମାନଙ୍କୁ ଏଥିପାଇଁ ଇଂଜେକ୍ସନ୍‌ ଦିଆଯାଉଛି। ଆସାମରେ ୧୦୯୪ ଗ୍ରାମ ଏନ୍‌ସେଫାଲାଇଟିସ୍‌ରେ ପ୍ରଭାବିତ ହୋଇଥିବାରୁ ଏହିସବୁ ଗ୍ରାମ ଗୁଡ଼ିକରେ ସ‌ଚେତନତା ବୃଦ୍ଧି କରାଯାଉଛି ଏବଂ ଲୋକମାନଙ୍କୁ ଉପଯୁକ୍ତ ଚିକିତ୍ସା ଦେବା‌ ଯୋଗାଇ ଦିଆଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe