punjabkesari.in
ମୁମ୍ବାଇ : ମୁମ୍ବାଇର ଜେଜେ ସରକାରୀ ହସ୍ପିଟାଲରେ ଦୀର୍ଘ ପାଞ୍ଚ ଘଣ୍ଟାର ଅସ୍ତ୍ରୋପଚାର ପରେ ଜଣେ ବ୍ୟକ୍ତିଙ୍କ ଶରୀରରୁ ୪ ଫୁଟ ଲମ୍ବାର ଏକ ଲୁହା ରଡ଼କୁ ବାହାର କରାଯାଇଛି। ନାସିକରେ ଶ୍ରମିକ ଭାବେ କାର୍ଯ୍ୟରତ ଥିବା ୩୩ ବର୍ଷିୟ ନସିମ ଶେଖଙ୍କର ପେଟରୁ ବେକ ପର୍ଯ୍ୟନ୍ତ ଏହି ରଡ଼ ଫସି ରହିଥିଲା। ଶେଖ ଏକ କନଷ୍ଟ୍ରକସନ କମ୍ପାନିରେ କାର୍ଯ୍ୟରତ ଥିବା ସମୟରେ ତାଙ୍କ ଶରୀର ମଧ୍ୟରେ ଏହି ରଡ଼ ଫସି ଯାଇଥିଲା ।
Times Nowଘଟଣା ଅନୁଯାୟୀ , ଗତ ମାର୍ଚ୍ଚ ୮ ତାରିଖରେ ନାସିକର ଏକ କନଷ୍ଟ୍ରକସନ ସାଇଟରେ କାର୍ଯ୍ୟ କରୁଥିବା ସମୟରେ ନସିମ ଶେଖଙ୍କର ପାଦ ଖସି ଯାଇଥିଲା । ସେହି ସମୟରେ ସେ ଖସିଯିବା ସହ କକ୍ରିଂଟ ପାଇଁ ବାହାର କରାଯାଇଥିବା ରଡ଼ ତାଙ୍କ ଶରୀର ମଧ୍ୟରେ ଫସିଯାଇଥିଲା । ଶେଖଙ୍କ ପରିବାର ଲୋକେ ତାଙ୍କୁ ମୁମ୍ବାଇର ଜେଜେ ସରକାରୀ ଡ଼ାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଗତ ଶୁକ୍ରବାର ଦିନ ଡ଼ା. ଅଜୟ ଭଣ୍ଡାରଓ୍ଵାରଙ୍କ ନେତୃତ୍ୱରେ ଏକ ଡ଼ାକ୍ତରି ଟିମ ପ୍ରାୟ ୪ ଘଣ୍ଟାର ଅସ୍ତ୍ରପ୍ରଚାର କରି ସେହି ରଡ଼କୁ ବାହାର କରିଥିଲା । ଏହି ଅସ୍ତ୍ରପ୍ରଚାରରେ ଲେପ୍ରୋସ୍କୋପି ଉପାୟ ଅବଲମ୍ବନ କରାଯାଇଥିଲା। ତେବେ ଅସ୍ତ୍ରପ୍ରଚାର ପରେ ଶେଖଙ୍କ ଅବସ୍ଥା ଠିକ ରହିଛି।
Follow Us