୪ ବିଚାରପତିଙ୍କ ପ‌େଦାନ୍ନତିକୁ ଅନୁମୋଦନ

Advertisment
ନିର୍ବାଚନ ସମୟରେ ଲୋଭନୀୟ ଯୋଜନା, କେନ୍ଦ୍ର, ଓଡ଼ିଶା ସମେତ ୬ ରାଜ୍ୟଙ୍କୁ ସୁପ୍ରିମକୋର୍ଟ ନୋଟିସ୍

ନୂଆଦିଲ୍ଲୀ: କେନ୍ଦ୍ର ସରକାର ୪ ଜଣ ବିଚାରପତିଙ୍କୁ ସୁପ୍ରିମ କୋର୍ଟର ବିଚାରପତି ଭାବେ ପ‌େଦାନ୍ନତିି ଦେବା ପାଇଁ ଅନୁମୋଦନ କରିଛନ୍ତି। ଜଷ୍ଟିସ୍‌ ବିଆର୍‌ ଗଭାଇ, ସୂର୍ଯ୍ୟ କାନ୍ତ, ଅନିରୁଦ୍ଧ ବୋଷ ଏବଂ ଏଏସ୍‌ ବୋପାନ୍ନାଙ୍କ ନାମକୁ ସୁପ୍ରିମ କୋର୍ଟର କଲେଜିୟମ୍‌ ସୁପାରିସ କରିଥିଲେ। ବୁଧବାର ସରକାରଙ୍କ ପକ୍ଷରୁ ବିଚାରପତିଙ୍କ ଏହି ତାଲିକାକୁ ଅନୁମୋଦନ କରାଯିବା ପରେ ବର୍ତ୍ତମାନ ସୁପ୍ରିମ କୋର୍ଟର ବିଚାରପତିଙ୍କ ସଂଖ୍ୟା ୩୧ ହେବ। ୩୧ ବିଚାରପତି ପଦ ପାଇଁ ସ୍ୱୀକୃତି ଥିଲେ ମଧ୍ୟ ସୁପ୍ରିମ କୋର୍ଟରେ ଏବେ ୨୭ ଜଣ ବିଚାରପତି କାର୍ଯ୍ୟରତ ଅଛନ୍ତି। ଏହା ପୂର୍ବରୁ ସୁପ୍ରିମ କୋର୍ଟର କଲେଜିୟମ୍‌ ଜଷ୍ଟିସ ବୋଷ ଏବଂ ବୋପାନ୍ନାଙ୍କ ନାମକୁ ସୁପାରିସ କରିଥିଲେ। ତେବେ ଏହାକୁ କେନ୍ଦ୍ର ସରକାର ଅଗ୍ରାହ୍ୟ କରିଦେଇଥିଲେ। ଏହା ପରେ କଲେଜିୟମ୍‌ ପୁଣି ଥରେ ଏହି ଦୁଇ ଜଣଙ୍କ ବ୍ୟତିତ ଅଧିକ ଦୁଇ ବିଚାରପତିଙ୍କ ନାମ ସୁପାରିସ କରିଥିଲେ। ବମ୍ବେ ହାଇ କୋର୍ଟର ଜଷ୍ଟିସ୍‌ ଗଭାଇଙ୍କ ପଦନ୍ନୋତି ପରେ ସେ ସୁପ୍ରିମ କୋର୍ଟର ପ୍ରଧାନ ବିଚାରପତି ହେବ ସମ୍ଭାବନା ରହିଛି। ଏହା ଯଦି ହୁଏ ତେବେ ସେ ସୁପ୍ରିମ କୋର୍ଟର ଦ୍ବିତୀୟ ଦଳିତ ପ୍ରଧାନ ବିଚାରପତି ହେବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe