୪ର୍ଥ ପର୍ଯ୍ୟାୟରେ ବି କମ ମତଦାନ, ଅପରାହ୍ଣ ୫ଟା ସୁଦ୍ଧା ୬୨% ମତଦାନ

୪ର୍ଥ ପର୍ଯ୍ୟାୟରେ ବି କମ ମତଦାନ, ଅପରାହ୍ଣ ୫ଟା ସୁଦ୍ଧା ୬୨% ମତଦାନ

ନୂଆଦିଲ୍ଲୀ : ଚତୁର୍ଥ ପର୍ଯ୍ୟାୟ ଲୋକସଭା ନିର୍ବାଚନରେ ଅପରାହ୍ନ ୫ଟା ସୁଦ୍ଧା ଦେଶର ୧୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୯୬ଟି ଲୋକସଭା ଆସନରେ ୬୨.୩୧ ପ୍ରତିଶତ ମତଦାନ ହୋଇଛି। ଏହା ୨୦୧୯ରେ ସମାନ ଆସନଗୁଡ଼ିକରେ ହୋଇଥିବା ମତଦାନ ତୁଳନାରେ କମ । ୨୦୧୯ର ୪ର୍ଥ ପର୍ଯ୍ୟାୟରେ ୬୯.୧୨ ପ୍ରତିଶତ ମତଦାନ ହୋଇଥିଲା । ଅବଶ୍ୟ ଆଜି ପ୍ରକାଶିତ ୬୨.୩୧ ପ୍ରତିଶତ ମତଦାନରେ ଆଗକୁ କିଛିଟା ପରିବର୍ତ୍ତନ ହୋଇପାରେ । କାରଣ କେତେକ ସ୍ଥାନରେ ୫ଟା ପରେ ବି ଭୋଟର ଧାଡ଼ିରେ ଥିବାରୁ ଭୋଟଦାନ ଜାରି ରହିଥିଲା ।

ରାଜ୍ୟଭିତ୍ତିକ ମତଦାନ ତଥ୍ୟ ବିଷୟରେ କହିବାକୁ ଗଲେ ଅପରାହ୍ନ ୫ଟା ସୁଦ୍ଧା ପଶ୍ଚିମବଙ୍ଗରେ ସର୍ବାଧିକ ୭୫.୬୬ ପ୍ରତିଶତ ମତଦାତା ମତଦାନ କରିଛନ୍ତି। ଅପରାହ୍ନ ୫ଟା ସୁଦ୍ଧା ଆନ୍ଧ୍ରପ୍ରଦେଶରେ ୬୮.୦୪ ପ୍ରତିଶତ ଓ ମଧ୍ୟପ୍ରଦେଶରେ ୬୮.୦୧ ପ୍ରତିଶତ ମତଦାତା ମତାଧିକାର ସାବ୍ୟସ୍ତ କରିଛନ୍ତି। ଅପରାହ୍ନ ୫ଟା ସୁଦ୍ଧା ଝାଡ଼ଖଣ୍ଡରେ ୬୩.୧୪ ପ୍ରତିଶତ, ଓଡ଼ିଶାରେ ୬୨.୯୬ ପ୍ରତିଶତ, ତେଲେଙ୍ଗାନାରେ ୬୧.୧୬ ପ୍ରତିଶତ, ଉତ୍ତରପ୍ରଦେଶରେ ୫୬.୩୫ ପ୍ରତିଶତ, ବିହାରରେ ୫୪.୧୪ ପ୍ରତିଶତ, ମହାରାଷ୍ଟ୍ରରେ ୫୨.୪୯ ପ୍ରତିଶତ ଏବଂ ଜମ୍ମୁ-କଶ୍ମୀରରେ ୩୫.୭୫ ପ୍ରତିଶତ ମତଦାତା ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe