ସତ୍‌ନାରେ ୪ ବର୍ଷର ନାବାଳିକାକୁ ଦୁଷ୍କର୍ମ

Advertisment
ସତ୍‌ନାରେ ୪ ବର୍ଷର ନାବାଳିକାକୁ ଦୁଷ୍କର୍ମ

ଭୋପାଳ: ମଧ୍ୟ ପ୍ରଦେଶର ମନ୍ଦସୁରରେ ୭ ବର୍ଷୀୟା ନାବାଳିକାଙ୍କ ଗଣଦୁଷ୍କର୍ମ ଘଟଣା ସମଗ୍ର ଦେଶରେ ଆଲୋଡ଼ନ ସୃଷ୍ଟି କରିଥିବା ବେଳେ ରାଜ୍ୟର ସତ୍‌ନା ଜିଲାରେ ଆଉ ଜଣେ ନାବାଳିକା ଦୁଷ୍କର୍ମର ଶିକାର ହୋଇଛିି। ଦୁଷ୍କର୍ମ ପରେ ଏହି ୪ ବର୍ଷୀୟା ନାବାଳିକାର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାକୁ ସତ୍‌ନା ଜିଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଜିଲାର ଉଚେହରା ଥାନା ଅନ୍ତର୍ଗତ ପନ୍ନା ଗ୍ରାମର ଏହି ନାବାଳିକା ଘର ବାରଣ୍ଡାରେ ପିତାଙ୍କ ସହିତ ଶୋଇଥିଲେ। ଏହି ସମୟରେ ଉକ୍ତ ଗ୍ରାମର ଜଣେ ଯୁବକ ତାଙ୍କୁ ସେଠାରୁ ଉଠାଇ ନେଇ ପ୍ରାୟ ଅଧ କିଲୋମିଟର ଦୂରରେ ଦୁଷ୍କର୍ମ କରିଥିଲା। ଶିଶୁଟିର ଅବସ୍ଥା ଗୁରୁତର ରହିଛି। ଏହି ମାମଲାରେ ପୁଲିସ ଜଣେ ଯୁବକକୁ ଗିରଫ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe