ବେଲୁଚିସ୍ତାନରେ ୫.୨ ତୀବ୍ରତାର ଭୂକମ୍ପ

Advertisment
ଜାପାନରେ ୬.୧ ତୀବ୍ରତାର ଭୂମିକମ୍ପ

Tribune India

ଇସଲାମାବାଦ : ପାକିସ୍ତାନର ବେଲୁଚିସ୍ତାନରେ ଶନିବାର ସକାଳେ ୫.୨ ତିବ୍ରତାର ଭୂକମ୍ପ ଅନୁଭୂତ ହୋଇଛି। ଏଥିରେ ଶତାଧିକ ଘର ନଷ୍ଟ ହେବା ସହ ୨୦୦ରୁ ଅଧିକ ପରିବାର ପ୍ରଭାବିତ ହୋଇଛନ୍ତି। ତେବେ କୌଣସି ଲୋକଙ୍କର ପ୍ରାଣହାନି ହୋଇଥିବା ରିପୋର୍ଟ ନାହିଁ। ଏହି ଭୂକମ୍ପର କେନ୍ଦ୍ର ଔରନାଜି ଅଂଚଳରେ ଥିବା ବେଳେ ପ୍ରାୟ ୨୫ ସେକେଣ୍ଡ ଧରି ଏହାର କମ୍ପନ ଅନୁଭୂତ ହୋଇଥିଲା। ସ୍ଥାନୀୟ ଲୋକଙ୍କ କ୍ଷୟକ୍ଷତି ନେଇ ‌େବଲୁଚିସ୍ତାନର ମୁଖ୍ୟମନ୍ତ୍ରୀ ମୀର୍‌ ଅବଦୁଲ ଚିନ୍ତା ପ୍ରକଟ କରିବା ଯଥାସମ୍ଭବ ସହାୟତା କରିବାକୁ କହିଛନ୍ତି। ପ୍ରଭାବିତ ଲୋକଙ୍କୁ ଆଶ୍ରୟସ୍ଥଳ, ଖାଦ୍ୟ, କମ୍ବଳ ଏବଂ ଅନ୍ୟ ଅତ୍ୟାବଶ୍ୟକ ଜିନିଷ ଯୋଗାଇଦେବା ପାଇଁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe