ମିଜୋରାମର ଚମ୍ପଇରେ ୫.୨ ତୀବ୍ରତାସମ୍ପନ୍ନ ଭୂମିକମ୍ପ

Advertisment
ମିଜୋରାମର ଚମ୍ପଇରେ ୫.୨ ତୀବ୍ରତାସମ୍ପନ୍ନ ଭୂମିକମ୍ପ

Image Courtesy of Pledge India

ଚମ୍ପଇ: ଶନିବାର ଦିନ ମିଜୋରାମର ଚମ୍ପଇ ଅଞ୍ଚଳରେ ୫.୨ ତୀବ୍ରତାସମ୍ପନ୍ନ ଭୂମିକମ୍ପ ସଙ୍ଘଠିତ ହୋଇଥିବା କଥା ‘ନ୍ୟାସ୍‌ନାଲ୍‌ ସେଣ୍ଟର୍‌ ଫର୍‌ ସିସ୍‌ମୋଲୋଜି’ (ଏନ୍‌ସିଏସ୍‌) ରିକ୍ଟର୍‌ ସ୍କେଲ୍‌କୁ ଆଧାର କରି ରିପୋର୍ଟ କରିଛି।

ଭୂଗର୍ଭର ୩୦ କିଲୋମିଟର୍‌ ଅଭ୍ୟନ୍ତରରେ ସଂଘଠିତ ଏହି ଭୂମିକମ୍ପର କମ୍ପନ ଶନିବାର ଅପରାହ୍ଣ ୨.୨୦ ରେ ଅନୁଭୂତ ହୋଇଥିଲା।

ଟୁଇଟ୍‌ରରେ ‘ଏନ୍‌ସିଏସ୍‌’ ଲେଖିଛି: ମିଜୋରାମ ଅନ୍ତର୍ଗତ ଚମ୍ପଇର ୧୧୯ କିଲୋମିଟର୍‌ ପୂର୍ବକୁ ୨୦୨୦ ନଭେମ୍ବର ୧୪ ଦିନ ୨ଟା ୨୦ ମିନିଟ ୨୬ ସେକେଣ୍ଡ୍‌ରେ ୨୩.୫୩ ଅକ୍ଷାଂଶ ଓ ୯୪.୫୦ ଦ୍ରାଘିମା ମଧ୍ୟରେ ଭୂଗର୍ଭର ୩୦ କିଲୋମିଟର୍‌ ଅଭ୍ୟନ୍ତରରେ ୫.୨ ତୀବ୍ରତାସମ୍ପନ୍ନ ଭୂମିକମ୍ପ ସଂଘଠିତ ହୋଇଛି।

publive-image Image Courtesy of Zee Business

ମିଜୋରାମ ଅଞ୍ଚଳର ଭାରତ-ମିଆଁମାର ସୀମାନ୍ତରେ ହୋଇଥିବା ଏହି ଭୂମିକମ୍ପରେ କୌଣସି ଧନଜୀବନ ନଷ୍ଟ ‌ହୋଇଥିବା ରିପୋର୍ଟ ଏପର୍ଯ୍ୟନ୍ତ ଆସିନାହିଁ। କିନ୍ତୁ, ଅନେକ ଲୋକ ଭୟଭୀତ ହୋଇ ଘରଦ୍ବାର ଛାଡ଼ି ବାହାରକୁ ଚାଲି ଆସିଥିବା କୁହାଯାଉଛି।

ଏଠାରେ ସୂଚାଇ ଦିଆଯାଇ ପାରେ ଯେ, ଶୁକ୍ରବାର ଦିନ ମଧ୍ୟ ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜରେ ଭୂକମ୍ପନ ଅନୁଭୂତ ହୋଇଥିଲା। ସକାଳ ୮.୪୫ ସଙ୍ଘଠିତ ଏହି ଭୂମିକମ୍ପର ରିକ୍ଟର୍‌ ସ୍କେଲ୍‌ ତୀବ୍ରତା ଥିଲା ୪. ୩। ଭୂଗର୍ଭର ୧୦ କିଲୋମିଟର୍‌ ଅଭ୍ୟନ୍ତରରେ ଥିଲା ଏହାର କେନ୍ଦ୍ରସ୍ଥଳ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe