ଉତ୍ତର ଭାରତରେ ଭୂମିକମ୍ପ

Advertisment

ତୀବ୍ରତା ୫.୫, ଥରିଲା ଦିଲ୍ଲୀ

ତୀବ୍ରତା ୫.୫, ଥରିଲା ଦିଲ୍ଲୀ

ଉତ୍ତର ଓଡ଼ିଶାରେ ମୃଦୁ ଭୂମିକମ୍ପ; ଭୂକମ୍ପର କେନ୍ଦ୍ରସ୍ଥଳ ଥିଲା ପଶ୍ଚିମବଙ୍ଗର ହୁଗୁଲି

ନୂଆଦିଲ୍ଲୀ : ସମଗ୍ର ଉତ୍ତର ଭାରତରେ ଆଜି ବିଳମ୍ବିତ ସନ୍ଧ୍ୟାରେ ଭୂକମ୍ପ ଅନୁଭୂତ ହୋଇଛି। ରାଜଧାନୀ ଦିଲ୍ଲୀ, ଉତ୍ତରାଖଣ୍ଡ ସମେତ ଉତ୍ତର ଭାରତର ଅଧିକାଂଶ ଅଂଚଳରେ କମ୍ପନ ଯୋଗୁଁ ଆତଙ୍କ ଖେଳିଯାଇଥିଲା। ଭାରତୀୟ ପାଣିପାଗ ବିଭାଗର ସୂଚନା ମୁତାବକ ଏହି ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୫ ରେକର୍ଡ କରାଯାଇଛି। ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଅଂଚଳରେ ଭୂପୃଷ୍ଠରୁ ୩୦ କିଲୋମିଟର ଗଭୀରତାରେ ଏହି ଭୂମିକମ୍ପର ନାଭିକେନ୍ଦ୍ର ଥିବା ଜଣାପଡ଼ିିଛି। ସଂଧ୍ୟା ପ୍ରାୟ ୮ଟା ୫୨ ମିନିଟରେ ୫ରୁ୧୦ ସେକେଣ୍ଡ ପାଇଁ ଭୂକମ୍ପ ଅନୁଭୂତ ହୋଇଥିଲା।

ଏ ବାବଦ କୌଣସି କ୍ଷୟକ୍ଷତିର ଆକଳନ କରାଯାଇନାହିଁ। ରାଜଧାନୀ ଦିଲ୍ଲୀ ଏନ୍‌ସିଆର ସମେତ ଉତ୍ତରାଖଣ୍ଡର ଚମୋଲି, ଉତ୍ତରକାଶୀ, ଡେରାଡ଼ୁନ, ହରିଦ୍ୱାର ଆଦି ସ୍ଥାନରେ କମ୍ପନର ବିଶେଷ ପ୍ରଭାବ ଦେଖିବାକୁ ମିଳିଥିଲା। ଭୂକମ୍ପ ଝଟକା ଅନୁଭୂତ ହେବାପରେ ଲୋକେ ଭୟରେ ଘରଛାଡି ରାସ୍ତାକୁ ଚାଲି ଆସିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe