ଟୋକିଓରେ ୫.୯ ତୀବ୍ରତାର ଭୂମିକମ୍ପ, ୧୭ ଆହତ

ଟୋକିଓରେ ୫.୯ ତୀବ୍ରତାର ଭୂମିକମ୍ପ, ୧୭ ଆହତ

Yahoo

ଟୋକିଓ : ଗତକାଲି ରାତିରେ ଟୋକିଓରେ ୫.୯ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି। ଟୋକିଓର ପୂର୍ବ ଦିଗରେ ଥିବା ଚିବା ପ୍ରିଫେକ୍ଟରରେ କେନ୍ଦ୍ରୀଭୂତ ଏହି ଭୂକମ୍ପ ୮୦ କିମି ଗଭୀରତାରେ ହୋଇଥିଲା। ଏଥିରେ ୧୭ ଜଣ ଲୋକ ଆହତ ହୋଇଥିବା ଜଣାପଡିଛି। ତେବେ ଅଧିକାରୀଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ କୌଣସି ବଡ କ୍ଷତି ହୋଇନାହିଁ। ସେହିଭଳି ସୁନାମିର ମଧ୍ୟ କୌଣସି ଭୟ ନଥିବା କୁହାଯାଇଛି। ଅନ୍ୟପକ୍ଷେ ଏହି ଭୂକମ୍ପରେ ବିଦ୍ୟୁତ ବିଚ୍ଛିନ୍ନ ହେବା ସହ ଟ୍ରେନ ଚଳାଚଳ ମଧ୍ୟ କିଛି ସମୟ ପାଇଁ ବାଧାପ୍ରାପ୍ତ ହୋଇଥିଲା। ତେବେ ୨୦୧୧ ମାର୍ଚ୍ଚ ଠାରୁ ଟୋକିଓରେ ଏହା ସବୁଠାରୁ ଶକ୍ତିଶାଳୀ କମ୍ପନ ଥିଲା ବୋଲି କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe