ଦେଶରେ ଦୈନିକ ପଜିଟିଭ୍‌ ହାର ୫.୯୯%

Advertisment
ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ୨ ଶହ ଉପରେ: ୨୬ ଜଣ ୧୮ ବର୍ଷରୁ କମ୍ ବୟସର

ନୂଆଦିଲ୍ଲୀ : ‌ଦେଶରେ ଆଜି ୧୬,୬୭୮ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଦେଶରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୪,୩୬,୩୯,୩୨୯। ସକ୍ରିୟ ମାମଲା ୧,୩୦,୭୧୩ । ଅନ୍ୟପକ୍ଷେ ଗତ ୨୪ ଘଣ୍ଟାରେ ୨୬ ଜଣଙ୍କ କରୋନାରେ ମୃତ୍ୟୁ ହେବା ସହ ଦେଶରେ ମୋଟ୍‌ ମୃତ୍ୟୁସଂଖ୍ୟା ୫,୨୫,୪୫୪‌ରେ ପହଞ୍ଚିଛି। ସକ୍ରିୟ ମାମଲା ମୋଟ୍‌ ସଂକ୍ରମଣ ମାମଲାର ୦.୩୦ ପ୍ରତିଶତ। ଗତ ୨୪ ଘଣ୍ଟାରେ ସକ୍ରିୟ ମାମଲାରେ ୨,୦୨୩ ବୃଦ୍ଧି ‌‌ହୋଇଛି। ଦେଶରେ ଦୈନିକ ପଜିଟିଭ୍‌ ହାର ୫.୯୯ ପ୍ରତିଶତ ଏବଂ ସାପ୍ତାହିକ ପଜିଟିଭ୍‌ ହାର ୪.୧୮ ପ୍ରତିଶତ।

ଅନ୍ୟପକ୍ଷେ ୪,୨୯,୮୩,୧୬୨ ଜଣ କରୋନାରୁ ସୁସ୍ଥ ହେଲେଣି। ଦେଶରେ ମୃତ୍ୟୁ ହାର ୧.୨୦ ପ୍ରତିଶତ। ଆରୋଗ୍ୟ ହାର ୯୮.୫୦ ପ୍ରତିଶତ। ୧୯୮.୮୮ କୋଟି ମୋଟ୍‌ ଟିକାକରଣ ହୋଇଛି। ଦେଶରେ ଗତ ୨୪ ଘଣ୍ଟାରେ ହୋଇଥିବା ୨୬ ନୂଆ କରୋନା ମୃତ୍ୟୁରୁ କେରଳରେ ୧୮, ପଶ୍ଚିମବଙ୍ଗରେ ୪, ଦିଲ୍ଲୀରେ ୨ , ଆନ୍ଧ୍ରପ୍ରଦେଶ ଏବଂ ହିମାଚଳପ୍ରଦେଶରେ ଗୋଟିଏ ଲେଖାଏଁ କରୋନା ମୃତ୍ୟୁ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe