Image Courtesy of East Coast Daily English
ହାଇଦ୍ରାବାଦ: ଜଣେ ମହିଳା ସ୍ବାମୀଙ୍କ ପ୍ରେମିକା ଉପରେ କିପରି ଚରମ ପ୍ରତିଶୋଧ ନେଇପାରନ୍ତି, ତା’ର ଏକ ବିରଳ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ହାଇଦ୍ରାବାଦରେ। ସ୍ବାମୀଙ୍କ ପ୍ରେମିକା ସହ ଦୁଷ୍କର୍ମ କରିବା ପାଇଁ ସେ ଚାରିଜଣ ପୁରୁଷଙ୍କୁ ଭଡ଼ାରେ ଆଣିବା ସହ ନିଜେ ଏହି ଦୃଶ୍ୟକୁ କ୍ୟାମେରାରେ ରେକର୍ଡ କରିଥିବା ଅଭିଯୋଗ ହୋଇଛି। ପୁଲିସ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛି।
ହାଇଦ୍ରାବାଦର କୋନ୍ଦପୁର ଅଞ୍ଚଳରେ ଗାୟତ୍ରୀ ନାମ୍ନୀ ଉକ୍ତ ମହିଳା ନିଜ ସ୍ବାମୀଙ୍କଠାରୁ ତାଙ୍କ ପ୍ରେମିକାଙ୍କୁ ଦୂରେଇ ରଖିବା ଏବଂ ଘଟଣା ସମ୍ପର୍କରେ ମୁହଁ ବନ୍ଦ କରିବା ପାଇଁ ତାଙ୍କ ଗଣଦୁଷ୍କର୍ମର ଫିଲ୍ମ ତିଆରି କରିଥିଲେ। ପୁଲିସର କହିବା ଅନୁସାରେ ଗାୟତ୍ରୀ ତାଙ୍କ ସ୍ବାମୀ ତଥା ପୀଡ଼ିତାଙ୍କ ସହ କୋନ୍ଦପୁରସ୍ଥିତ ଏକା କଲୋନିରେ ରହନ୍ତି। ତାଙ୍କ ସ୍ବାମୀ ଓ ପୀଡ଼ିତା ଉଭୟ ପ୍ରଶାସନିକ ସେବା ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବାରୁ ପରସ୍ପରର ବନ୍ଧୁ ପାଲଟି ଯାଇଥିଲେ। ଗାୟତ୍ରୀଙ୍କର ସନ୍ଦେହ ହୋଇଥିଲା କି ତାଙ୍କ ସ୍ବାମୀ ପୀଡ଼ିତାଙ୍କ ସହ ଅନୈତିକ ସମ୍ପର୍କରେ ଲିପ୍ତ ଅଛନ୍ତି। ଏହାପରେ ଗାୟତ୍ରୀ ଷଡ଼ଯନ୍ତ୍ର କରି ପୀଡ଼ିତାଙ୍କୁ ତାଙ୍କ ପରିବାର ସଦସ୍ୟଙ୍କ ସହ ଘରକୁ ଡାକିଥିଲେ। କିଛି ସମୟ କଥାବାର୍ତ୍ତା ଚାଲିଲା, ତା’ପରେ ସେ ପୀଡ଼ିତାଙ୍କୁ ଅନ୍ୟ ଏକ କୋଠରିକୁ ନେଇଗଲେ ଯେଉଁଠି ଚାରିଜଣ ଭଡ଼ାଟିଆ ଯୁବକ ତାଙ୍କୁ ଗଣଦୁଷ୍କର୍ମ କରିଥିଲେ। ଗାୟତ୍ରୀ ଏହାର ଫିଲ୍ମ ତିଆରି କରି ତାଙ୍କୁ ଧମକ ଦେଇଥିଲେ ଯେ ସେ ଯଦି ଘଟଣା ବିଷୟରେ ପ୍ରଘଟ କରିବେ ତେବେ ସେ ଭିଡିଓଟି ସୋସିଆଲ ମିଡ଼ିଆରେ ଅପ୍ଲୋଡ୍ କରିଦେବେ। ତେବେ ପୀଡ଼ିତାଙ୍କ ଅବସ୍ଥା ଗୁରୁତର ହେବାରୁ ପରିବାର ସଦସ୍ୟ ପୁଲିସରେ ଅଭିଯୋଗ କରିଥିଲେ। ପୁଲିସ ଗାୟତ୍ରୀଙ୍କ ସମେତ ସମସ୍ତ ଚାରିଜଣ ଯୁବକଙ୍କୁ ଗିରଫ କରିଛି।
Follow Us