ଜଳିଗଲା ପାଟନା-ମୋକାମା ପାସେଞ୍ଜର୍‌ ଟ୍ରେନ୍‌ର ୫ ଟି ବଗି ଓ ଇଞ୍ଜିନ

Advertisment
ଜଳିଗଲା ପାଟନା-ମୋକାମା ପାସେଞ୍ଜର୍‌ ଟ୍ରେନ୍‌ର ୫ ଟି ବଗି ଓ ଇଞ୍ଜିନ

Image Courtesy of India Today

ପାଟନା: ଅଗ୍ନିକାଣ୍ଡ ଯୋଗୁଁ ପାଟନା-ମୋକମା ପାସେଞ୍ଜର୍‌ ଟ୍ରେନ୍‌ର ପାଞ୍ଚଟି ବଗି ଏବଂ ଗୋଟିଏ ଇଞ୍ଜିନ ପୋଡ଼ି ନଷ୍ଟ ହୋଇ ଯାଇଛି। ମଙ୍ଗଳବାର-ବୁଧବାର ମଧ୍ୟରାତ୍ରୀରେ ଟ୍ରେନ୍‌ଟି ମୋକମା ରେଳଷ୍ଟେସନ୍‌ରେ ରହିଥିବାବେଳେ ଏହି ପାଞ୍ଚଟି ବଗି ମଧ୍ୟରୁ କୌଣସି ଗୋଟିକରେ ନିଅାଁ ଲାଗିଯାଇଥିଲା।

ରାତି ପ୍ରାୟ ଗୋଟାଏ ବେଳେ ରେଳବାଇ କର୍ମଚାରୀମାନେ ଦେଖିଲେ ଯେ ଗୋଟାଏ ବଗିରୁ ନିଅାଁ ଉଠୁଛି। ସହସା ଆଉ ୪ଟି ବଗି ଏବଂ ଇଞ୍ଜିନ୍‌କୁ ନିଅାଁ ଚରି ଯାଇଥିଲା।

ରାତି ସାଢ଼େ ଦଶଟାବେଳେ ଟ୍ରେନ୍‌ଟି ମୋକମା ଷ୍ଟେସନ୍‌ର ପ୍ଲାଟ୍‌ଫର୍ମ ନମ୍ବର ୪ରେ ରହିଥିଲା।

ନିଅାଁ ଲିଭାଇବାକୁ ସ୍ଥାନୀୟ ଜିଆର୍‌ପି ଏବଂ ଆର୍‌ପିଏଫ୍‌ ଘଟନାସ୍ଥଳକୁ ଧାଇଁ ଯାଇ ଉଦ୍ୟମ କରିଥିଲେ, କିନ୍ତୁ କିଛି ସୁଫଳ ମିଳି ନ ଥିଲା।
ରାତିରେ ପରିଷ୍କାର ପରିଚ୍ଛନ୍ନ କରିବାକୁ ୟାଡ୍‌ ନିଆ ଯିବା ପୂର୍ବରୁ ଟ୍ରେନ୍‌ରେ ନିଅାଁ ଲାଗି ଯାଇଥିଲା।

ଅଗ୍ନିକାଣ୍ଡ ଯୋଗୁଁ ଅନ୍ୟ କୌଣସି ଟ୍ରେନ୍‌ ଚଳାଚଳ ବ୍ୟାହତ ହୋଇ ନାହିଁ ବୋଲି ପୂର୍ବ କେନ୍ଦ୍ରୀୟ ରେଳବାଇ ମୁଖପାତ୍ର ରାଜେଶ କୁମାର କହିଛନ୍ତି। ନିଅାଁକୁ ଆୟତ୍ତ କରାଯାଇଥିଲା ଏବଂ ଏଥିରେ କେହି ଆହତ ହୋଇ ନ ଥିବା କଥା ମଧ୍ୟ ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe