ବୁଲନ୍ଦସର୍‌ ପୁଲିସ ହତ୍ୟାକାଣ୍ଡ ଘଟନାରେ ୫ ଜଣଙ୍କ ବିରୋଧରେ ଚାର୍ଜସିଟ୍‌

ବୁଲନ୍ଦସର୍‌ ପୁଲିସ ହତ୍ୟାକାଣ୍ଡ ଘଟନାରେ ୫ ଜଣଙ୍କ ବିରୋଧରେ ଚାର୍ଜସିଟ୍‌

ମିରଟ: ଗତ ଡିସେମ୍ବର ମାସରେ ପଶ୍ଚିମ ଉତ୍ତରପ୍ରଦେଶ ଅନ୍ତର୍ଗତ ସିଆନା (ବୁଲନ୍ଦସର) ଠାରେ ହୋଇଥିବା ହିଂସାକାଣ୍ଡ ଏବଂ ପୁଲିସ ଇନ୍‌ପେକ୍ଟର୍‌ଙ୍କ ହତ୍ୟା ଘଟନାର ତଦନ୍ତ କରୁଥିବା ସ୍ପେସାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଟିମ୍‌ ସ୍ଥାନୀୟ ଅଦାଲତରେ ଚାର୍ଜସିଟ୍‌ ଫାଇଲ୍‌ କରିଛି। ନରହତ୍ୟା ଲାଗି ଏଥିରେ ୫ ଜଣ ବ୍ୟକ୍ତି ଏବଂ ହିଂସା ଓ ଅଗ୍ନିକାଣ୍ଡ ଲାଗି ବଜରଙ୍ଗ ଦଳ ନେତା ଯୋଗେଶ ରାଜ, ବିଜେପି ନେତା ଶିଖର ଅଗ୍ରଓ୍ଵାଲ୍‌ ଏବଂ ବିଶ୍ୱହିନ୍ଦୁ ପରିଷଦ୍‌ ନେତା ଉପନ୍ଦ୍ରେ ରାଘବଙ୍କ ସମେତ ୩୩ ଜଣ ନାମ ଏଥିରେ ଉଲ୍ଲେଖ ରହିଛି।

ବୁଲନ୍ଦସର ଚିଫ୍‌ ଜୁଡିସିଆଲ୍‌ ମାଜିଷ୍ଟ୍ରେଟ୍‌ଙ୍କ ଅଦାଲତରେ ୩୮ ଜଣଙ୍କ ବିରୋଧରେ ଏସ୍‌ଆଇଟି ୩, ୪୦୦ ପୃଷ୍ଠା ସମ୍ବଳିତ ଏକ କେସ୍‌ ଡାଇରି ଏବଂ ୧୦୩ ପୃଷ୍ଠାବିଶିଷ୍ଟ ଚାର୍ଜସିଟ୍‌ ଦାଖଲ କରିଛି।

ବୁଲନ୍ଦସର ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ଅତୁଲ କୁମାର ଶ୍ରୀବାସ୍ତବ କହିଛନ୍ତି ଯେ ପ୍ରଶାନ୍ତ ନାଟ୍ଟ, ରାହୁଲ, ଡେଭିଡ୍‌, ଜନି ଏବଂ ଲୋକେନ୍ଦ୍ରଙ୍କୁ ସିୟାନା ଥାନା ଇନ୍‌ପେକ୍ଟର୍‌ ସୁବୋଧ କୁମାରଙ୍କୁ ହତ୍ୟା କରିଥିବା ଦୋଷୀ ସାବ୍ୟସ୍ତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe