Image Courtesy of OneIndia
ବେଙ୍ଗାଲୁରୁ: ବୁଧବାର ରାତି ପ୍ରାୟ ୩. ୩୦ରେ କର୍ଣ୍ଣାଟକର ଚିତ୍ରଦୁର୍ଗ ଜିଲ୍ଲା ଅନ୍ତର୍ଗତ ରାଜପଥରେ ବିଜୟାପୁରରୁ ବେଙ୍ଗାଲୁର ଆସୁଥିବା ଗୋଟାଏ ଘରୋଇ ବସ୍ରେ ନିଆଁ ଲାଗିଯିବାରୁ ଅନ୍ୟୂନ ପାଞ୍ଚଜଣ ବ୍ୟକ୍ତି ଜୀବନ୍ତ ଦଗ୍ଧ ହୋଇ ମୃତ୍ୟୁ ବରଣ କରିଛନ୍ତି। ଅନ୍ୟ କେତେକ ଯାତ୍ରୀ ମଧ୍ୟ ପୋଡ଼ିଯାଇ ଆହତ ହୋଇଛନ୍ତି।
ଚିତ୍ରଦୁର୍ଗ ଜିଲ୍ଲାର ହିରିୟୁର୍ ତାଲୁକ ଅନ୍ତର୍ଗତ କେ ଆର୍ ହାଲ୍ଲି ଅଞ୍ଚଳ ଦେଇ ପଡ଼ିଥିବା ୪ ନମ୍ବର ଜାତୀୟ ରାଜପଥରେ ନିଆଁ ଲାଗିଥିବା ଘରୋଇ ବସ୍ରେ ୩୨ଜଣ ଯାତ୍ରୀ ଥିଲେ ବୋଲି କୁହାଯାଉଛି। ମୃତ ବ୍ୟକ୍ତିଙ୍କ ମଧ୍ୟରେ ଅଛନ୍ତି ଦୁଇ ଜଣ ପିଲା ଓ ଜଣେ ମହିଳା। ମୃତ ବ୍ୟକ୍ତିମାନଙ୍କର ପରିଚୟ ମିଳିନାହିଁ। ଆହତମାନଙ୍କୁ ଜିଲ୍ଲା ସରକାରୀ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।
ଇଞ୍ଜିନ୍ରେ କୌଣସି ତ୍ରୁଟି ଉପୁଜିବାରୁ ବସ୍ରେ ନିଆଁ ଲାଗିଥିବା କୁହାଯାଉଛି। ରାସ୍ତାପାର୍ଶ୍ବରେ ଠିଆ ହୋଇଥିବା ବେଳେ ବସ୍ରେ ନିଆଁ ଲାଗିଥିଲା ବୋଲି ପୁଲିସ କହିଛି। ହିରିୟୁର୍ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍ ରଧିକା ଦୁର୍ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ହିରିୟୁର୍ ପୁଲିସ ଏଫ୍ଆଇଆର୍ ଦାଏର କରି ଘଟଣାର ତଦନ୍ତ ଚଳାଇଛି।
Follow Us