Image Courtesy of India TV
ନୂଆଦିଲ୍ଲୀ: ରବିବାର ଦିନ ଜମ୍ମୁ ଓ କଶ୍ମୀରର ପୂଞ୍ଚ୍ ଜିଲ୍ଲା ଅନ୍ତର୍ଗତ ବାଲାକୋଟ୍ ସେକ୍ଟର୍ରେ ପାକିସ୍ତାନୀ ସୈନ୍ୟମାନଙ୍କ ବୋମା ମାଡ଼ ଯୋଗୁଁ ପାଞ୍ଚଜଣ ସାଧାରଣ ନାଗରିକ ନିହତ ହେବା ସହ ଦୁଇ ଜଣ ଆହତ ହୋଇଛନ୍ତି।
ପାକିସ୍ତାନ ସେନା ତରଫରୁ ଆଜି ବଡ଼ି ଭୋର୍ରୁ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇ ବାଲାକୋଟ୍ ସେକ୍ଟର୍ରେ ସୀମା ସେପାଖରୁ ବୋମା ମାଡ଼ କରାଯାଇଥିଲା।
ନିୟନ୍ତ୍ରଣ ରେଖା ନିକଟସ୍ଥ ଫର୍ଓ୍ଵାର୍ଡ ପୋଷ୍ଟ୍ଗୁଡ଼ିକରେ ଏବଂ ଆଖପାଖ ଗାଁ ଉପରେ ବୋମା ପଡ଼ିବାରୁ ୫ଜଣ ସାଧାରଣ ନାଗରିକ ଆହତ ହେବା ସହ ୨ ଜଣ ସାଧାରଣ ନାଗରିକ ଆହତ ହୋଇଛନ୍ତି। ଆହତମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ନିଆଯାଇଛି।
ଭାରତୀୟ ସେନା ଏହାର ଠିକଣା ଜବାବ ଦେଇଛି।
Follow Us