ମସ୍କଙ୍କ ଇମେଲର ଉତ୍ତର ଦେଇନଥିବାରୁ କର୍ମଚାରୀଙ୍କୁ ମିଳିବ ୫ କୋଟି ଟଙ୍କା

Advertisment
ଏଆଇକୁ ନେଇ ବଡ଼ ବୟାନ ଦେଲେ ମସ୍କ: କାହାରି ଚାକିରି ରହିବ ନାହିଁ

ନୂଆଦିଲ୍ଲୀ: ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଟୁଇଟର କିଣି ଏହାକୁ ଏକ୍ସରେ ରୂପାନ୍ତର କରିଥିବା ଏଲୋନ୍ ମସ୍କ ପ୍ରାୟତଃ ଚର୍ଚ୍ଚାରେ ରହିଥାନ୍ତି | ବିଶେଷ କରି ଟ୍ୱିଟର କିଣିବା ପରେ ସେ ସିଇଓଙ୍କ ସମେତ କିଛି ବରିଷ୍ଠ କର୍ମଚାରୀଙ୍କୁ ବାହାର କରିଦେଇଥିଲେ | ଯାହାକୁ ନେଇ ସବୁଠି ଆଲୋଚନା ହୋଇଥିଲା | ବର୍ତ୍ତମାନ ଏହି ସୂଚନା ସାମ୍ନାକୁ ଆସିଛି ଯେ ସେ ଜଣେ କର୍ମଚାରୀଙ୍କୁ ତାଙ୍କ ଇମେଲର ଉତ୍ତର ଦେଇନଥିବାରୁ ତାଙ୍କୁ ବରଖାସ୍ତ କରିଥିଲେ। ତେବେ ଏହି ନିଷ୍ପତ୍ତି ଟେସଲା ଏବଂ ସ୍ପେସ୍ ଏକ୍ସ ପରି କମ୍ପାନୀର ସିଇଓ ଏଲୋନ୍ ମସ୍କଙ୍କ ଉପରେ ଭାରି ପଡିଛି। ବର୍ତ୍ତମାନ ତାଙ୍କୁ ଏହି କର୍ମଚାରୀଙ୍କୁ ୫ କୋଟି ଟଙ୍କା ଦେବାକୁ ପଡିବ। ଫର୍ଚୁନ୍‌ର ଏକ ରିପୋର୍ଟ ଅନୁଯାୟୀ, ଆୟର୍ଲାଣ୍ଡର କର୍ମକ୍ଷେତ୍ର ସମ୍ପର୍କ ଆୟୋଗ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସକୁ ନିର୍ଦ୍ଦେଶ ଦେଇଛନ୍ତି ଯେ ସେମାନେ ଏହି କର୍ମଚାରୀଙ୍କୁ ଭୁଲ ଢଙ୍ଗରେ ବରଖାସ୍ତ କରିଛନ୍ତି। ତେଣୁ କମ୍ପାନୀକୁ ବର୍ତ୍ତମାନ ଗ୍ୟାରି ରୁନିଙ୍କୁ ୫.୫୦ ଲକ୍ଷ ୟୁରୋ (ପ୍ରାୟ ୫ କୋଟି ଟଙ୍କା) ଦେବାକୁ ପଡିବ। ଡିସେମ୍ବର ୨୦୨୨ରେ ଗ୍ୟାରି ରୁନିଙ୍କୁ ଏକ୍ସରୁ ବରଖାସ୍ତ କରିଥିଲେ।

ସେ ଟ୍ୱିଟରର ଆୟର୍ଲାଣ୍ଡ ୟୁନିଟରେ କାମ କରୁଥିଲେ। ଏନେଇ ସେ ଆୟୋଗଙ୍କ ନିକଟରେ ଅଭିଯୋଗ କରିଥିଲେ | ଆଉ ଆୟୋଗ ଏବେ ଶୁଣାଣି କରି ୫ କୋଟି ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି | ନଭେମ୍ବର ୨୦୨୨ରେ ଏଲୋନ୍ ମସ୍କ ଟ୍ୱିଟରକୁ ଅଧିଗ୍ରହଣ କରିଥିଲେ | ଏହା ପରେ ସେ ସମସ୍ତ କର୍ମଚାରୀଙ୍କୁ ଏକ ଇମେଲ୍ ପଠାଇଲେ | ଏଥିରେ ସେ ସମସ୍ତଙ୍କୁ ବିଳମ୍ବିତ ରାତି ପର୍ଯ୍ୟନ୍ତ କାମ କରିବାକୁ କହିଥିଲେ। ଯଦି ସେମାନେ ରାଜି ତାହେଲେ କାମ କରନ୍ତୁ ନଚେତ ତିନିମାସ ମଧ୍ୟରେ ଛାଡ଼ିଦିଅନ୍ତୁ ବୋଲି କୁହାଯାଇଥିଲା | ଏହି ଇମେଲର ଉତ୍ତର ଦେବାକୁ ରୁନିଙ୍କ ପରି ସମସ୍ତ କର୍ମଚାରୀଙ୍କୁ ଗୋଟିଏ ଦିନ ଦିଆଯାଇଥିଲା | ଏଲୋନ୍ ମସ୍କ କହିଥିଲେ ଯେ ଯଦି ଆପଣ ନୂଆ ଟ୍ୱିଟରର ଅଂଶ ହେବାକୁ ଚାହୁଁଛନ୍ତି ତେବେ 'ହଁ'ରେ ଉତ୍ତର ଦିଅନ୍ତୁ। ଯଦି ଆପଣ ଏହା ନକରନ୍ତି, ତେବେ ୩ ମାସର ଦରମା ଦେବା ପରେ ଆପଣଙ୍କୁ ବରଖାସ୍ତ କରାଯିବ | କିନ୍ତୁ, ରୁନି ଏହାର ଉତ୍ତର ଦେଇନଥିଲେ। ଆଉ ତାଙ୍କୁ ବରଖାସ୍ତ କରାଯାଇଥିଲା | ଯାହାକୁ ଆୟୋଗ ଗୁରୁତ୍ୱର ସହ ନେଇ କହିଛନ୍ତି ଯେ ଏକ ବଡ କମ୍ପାନୀର ଏପରି ଆଚରଣ ଗ୍ରହଣ କରାଯାଇପାରିବ ନାହିଁ, ତେଣୁ ଆପଣଙ୍କୁ କ୍ଷତିପୂରଣ ଦେବାକୁ ପଡିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe