SIGNUM:²èKû5fã8eÆ
ଚେନ୍ନାଇ : ଅସୁସ୍ଥ ସ୍ୱାମୀଙ୍କୁ ଭେଟିବାପାଇଁ ଏଆଇଏଡିଏମକେ ନେତ୍ରୀ ଭିକେ ଶଶିକଳା ୫ ଦିନିଆ ପାରୋଲ୍ରେ ଜେଲ୍ରୁ ମୁକୁଳିଛନ୍ତି। ଦୁର୍ନୀତି ମାମଲାରେ ବେଙ୍ଗାଲୁରୁର ପରପ୍ପନା ଅଗ୍ରହରା ଜେଲ୍ରେ ୪ ବର୍ଷ ଜେଲ୍ଦଣ୍ଡ ଭୋଗୁଥିବା ଶଶିକଳାଙ୍କୁ ଅକ୍ଟୋବର ୭ରୁ ଅକ୍ଟୋବର ୧୧ ତାରିଖ ପର୍ଯ୍ୟନ୍ତ ପାରୋଲ୍ ମଞ୍ଜୁର ହୋଇଛି। ତାଙ୍କ ପୁତୁରା ଏବଂ ଏଆଇଏଡିଏମକେର ବହିସ୍କୃତ ନେତା ଟିଟିଭି ଦିନାକରନ ଜେଲ୍ରେ ପହଞ୍ଚି ତାଙ୍କୁ ଆଣିଛନ୍ତି। ଶଶିକଳାଙ୍କ ସ୍ୱାମୀ ଏମ ନଟରାଜନଙ୍କ ଚେନ୍ନାଇ ହସ୍ପିଟାଲ୍ରେ ଯକୃତ ଏବଂ ବୃକକ୍ ପ୍ରତିରୋପଣ ହୋଇଛି। ତେବେ ପାରୋଲ୍ ଅର୍ଡରରେ ଜେଲ୍ କର୍ତ୍ତୃପକ୍ଷମାନେ କେତେକ ସର୍ତ୍ତ ରଖିଛନ୍ତି ଏବଂ ସର୍ତ୍ତ ଅନୁଯାୟୀ ଶଶିକଳା କେବଳ ହସ୍ପିଟାଲ୍ ଯାଇପାରିବେ ଏବଂ ତାଙ୍କ ଘରେ ରହିପାରିବେ। ୫ ଦିନ ମଧ୍ୟରେ ସେ ତାଙ୍କ ଘରେ କିମ୍ବା ହସ୍ପିଟାଲ୍ରେ କୌଣସି ବ୍ୟକ୍ତିଙ୍କୁ ଭେଟିପାରିବେନି। ଜରୁରୀ ପାରୋଲ୍ ସମୟରେ ଶଶିକଳା କୌଣସି ରାଜନୀତିକ ଏବଂ ସରକାରୀ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିପାରିବେନି ବୋଲି ପାରୋଲ୍ ଅର୍ଡରରେ ଦର୍ଶାଯାଇଛି। ଏହି ସମୟରେ ସେ କୌଣସି ଗଣମାଧ୍ୟମରେ ବାର୍ତ୍ତାଳାପ ନକରିବାପାଇଁ ମଧ୍ୟ ଆଦେଶ ଦିଆଯାଇଛି। ପୂର୍ବରୁ ଶଶିକଳା ପାରୋଲ୍ ଆବେଦନ କରିଥିଲେ ମଧ୍ୟ ଏହାକୁ ମଞ୍ଜୁର କରାଯାଇନଥିଲା।
Follow Us