Amarujala
ଖଣ୍ଡୱା: ମଧ୍ୟପ୍ରଦେଶର ଖଣ୍ଡୱାଠାରେ ଏକ ଟ୍ରାକ୍ଟର ଓଲଟି ପଡିବାରୁ ଘଟଣାସ୍ଥଳରେ ୫ଜଣଙ୍କ ଜୀବନ ଯାଇଛି। ଏହି ଦୁର୍ଘଟଣାରେ ୧୦ଜଣ ଆହତ ହୋଇଛନ୍ତି। ଏକ ଟ୍ରାକ୍ଟର ୨୦ଜଣଙ୍କୁ ନେଇ ମେଧାପାନି ଗ୍ରାମକୁ ଯାଉଥିଲା। ସମସ୍ତେ ଏକ ଭୋଜି କାର୍ଯ୍ୟରେ ଯୋଗ ଦେବାକୁ ଯାଉଥିବାବେଳେ ରାତିରେ ଛାନେରା ପୁଲିସ ଥାନା ଅନ୍ତର୍ଗତ ଧାନୋରା ଗ୍ରାମ ନିକଟରେ ଟ୍ରାକ୍ଟରଟି ଓଲଟି ପଡିଥିଲା ବୋଳି ଖାଣ୍ଡୱା ଜିଲ୍ଲା ଏସପି ବିବେକ ସିଂ କହିଛନ୍ତି।
ଘଟଣା ପରେ ଗୁରୁତରମାନଙ୍କୁ ଉଦ୍ଧାର କରି ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଛି।
Follow Us