କାଠମାଣ୍ଡୁରେ ଟେକ୍‌-ଅଫ୍‌ ବେଳେ ବିମାନ ଦୁର୍ଘଟଣାରେ ୫ ମୃତ

Advertisment
କାଠମାଣ୍ଡୁରେ ଟେକ୍‌-ଅଫ୍‌ ବେଳେ ବିମାନ ଦୁର୍ଘଟଣାରେ ୫ ମୃତ

www.indiatoday.in

କାଠମାଣ୍ଡୁ: ନେପାଳର କାଠମାଣ୍ଡୁରେ ଥିବା ଟ୍ରିଭୁବନ ଅନ୍ତର୍ଜାତୀୟ ବିମାନବନ୍ଦର (ଟିଆଇଏ) ରେ ବିମାନ ଟେକ୍‌-ଅଫ୍‌ କରୁଥିବା ବେଳେ  ସୌର୍ଯ୍ୟ ଏୟାରଲାଇନ୍ସର ସିଆର୍‌ଜେ-୨୦୦ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ପରେ ପାଞ୍ଚ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପୋଖରା ଅଭିମୁଖେ ଯାଉଥିବା ଉକ୍ତ ବିମାନରେ ୧୯ ଜଣ ଯାତ୍ରୀ ଥିଲେ।

ଏହି ବିମାନଟି ବିମାନର ବୈଷୟିକ କର୍ମଚାରୀଙ୍କୁ ନେଇ ଯାଉଥିଲା। ଟିଆଇଏର ସୂଚନା ଅଧିକାରୀ ଜ୍ଞାନେନ୍ଦ୍ର ଭୁଲ୍‌ ଏ ସଂପର୍କରେ ଗଣମାଧ୍ୟମରେ କହିଛନ୍ତି। ଦୁର୍ଘଟଣା ପରେ ବିମାନରୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା। ଉଦ୍ଧାର କାର୍ଯ୍ୟ ପାଇଁ ଉକ୍ତ ସ୍ଥାନରେ ପୁଲିସ କର୍ମଚାରୀ ଏବଂ ଅଗ୍ନିଶମ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe