ଗୁଜୁରାଟ ବଡ଼ୋଦରାସ୍ଥିତ ଗ୍ୟାସ ପ୍ଲାଣ୍ଟରେ ବିସ୍ଫୋରଣ, ୫ମୃତ

ଗୁଜୁରାଟ ବଡ଼ୋଦରାସ୍ଥିତ  ଗ୍ୟାସ ପ୍ଲାଣ୍ଟରେ ବିସ୍ଫୋରଣ, ୫ମୃତ

Sakshi

ବଡ଼ୋଦରା : ଗୁଜୁରାଟର ବଡ଼ୋଦରାରେ ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି। ସେଠାରେ ଥିବା ଏକ ଔଦ୍ୟୋଗିକ ଏବଂ ଡାକ୍ତରୀ ବାଷ୍ପ ଉତ୍ପାଦନ କାରଖାନାରେ ବିସ୍ଫୋରଣ ଘଟି ୫ଜଣଙ୍କର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ଅନେକ ଆହତ ହୋଇଥିବା ନେଇ ସୂଚନ‌ା ମିଳିଛି। ଦିନ ପ୍ରାୟ ୧୧ଟା ବେଳେ ପାଡ୍ରାସ୍ଥିତ ଏହି ଗ୍ୟାସ୍ ପ୍ଲାଣ୍ଟରେ ବିସ୍ଫୋରଣ ହୋଇଥିଲା।  ଦୁର୍ଘଟଣା ସଂପର୍କରେ ଖବର ପାଇବା ପରେ ଅଗ୍ନିଶମ ବିଭାଗର କର୍ମଚାରୀମା‌ନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ଏ ପର୍ଯ୍ୟନ୍ତ ସେଠାରେ  ଉଦ୍ଧାର କାର୍ଯ୍ୟ ଜାରି ରହିଛି।

publive-image ndtv.com

ଏହି ବିସ୍ଫୋରଣରେ ଆହତ ହୋଇଥିବା ଲୋକମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ମୃତ୍ୟୁ ସଂଖ୍ୟା ବଢ଼ିବାର ଆଶଙ୍କା ରହିଛି। ସୂଚନା ମୁତାବକ, ବିସ୍ଫୋରଣ ଘଟିଥିବା କମ୍ପାନିରେ ବିଭିନ୍ନ ପ୍ରକାରର ଗ୍ୟାସର ଉତ୍ପାଦନ କରାଯାଇଥାଏ। ତେବେ ଏତେ ବଡ଼ ବିସ୍ଫୋରଣ ଘଟିବା ପଛର କାରଣ ସ୍ପଷ୍ଟ ହୋଇପାରି ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe