ଇସ୍ରାଏଲରେ ଆତଙ୍କବାଦୀ ଆକ୍ରମଣ, ୫ ମୃତ

ସୋମବାର ଇସ୍ରାଏଲର ଜେରୁଜେଲମରେ ଏକ ଆତଙ୍କବାଦୀ ଆକ୍ରମଣ ହୋଇଛି ।  ସହରର ରାମୋଟ୍ ଜଙ୍କସନରେ ଏକ ବସ୍ ଷ୍ଟପରେ ଗୁଳିକାଣ୍ଡ ହୋଇଥିଲା। ଏହି ଘଟଣାରେ ପାଞ୍ଚ ଜଣଙ୍କର ମୃତ୍ୟୁ ନିଶ୍ଚିତ ହୋଇଥିବା ବେଳେ ଅନ୍ୟ ୧୧ ଜଣ ଆହତ ହୋଇଛନ୍ତି।

israel

ତେଲ ଅଭିଭ: ସୋମବାର ଇସ୍ରାଏଲର ଜେରୁଜେଲମରେ ଏକ ଆତଙ୍କବାଦୀ ଆକ୍ରମଣ ହୋଇଛି ।  ସହରର ରାମୋଟ୍ ଜଙ୍କସନରେ ଏକ ବସ୍ ଷ୍ଟପରେ ଗୁଳିକାଣ୍ଡ ହୋଇଥିଲା। ଏହି ଘଟଣାରେ ପାଞ୍ଚ ଜଣଙ୍କର ମୃତ୍ୟୁ ନିଶ୍ଚିତ ହୋଇଥିବା ବେଳେ ଅନ୍ୟ ୧୧ ଜଣ ଆହତ ହୋଇଛନ୍ତି। ଇସ୍ରାଏଲୀ ଗଣମାଧ୍ୟମ ଏହାକୁ ଏକ ଆତଙ୍କବାଦୀ ଆକ୍ରମଣ ବୋଲି ବର୍ଣ୍ଣନା କରିଛି ଯେଉଁଥିରେ ସାଧାରଣ ଲୋକଙ୍କୁ ଟାର୍ଗେଟ କରାଯାଇଥିଲା।

ୱାଇ ନେଟ୍ ରିପୋର୍ଟ ଅନୁଯାୟୀ, ଲାଇନ-୬୨ରେ ବସ୍ ଷ୍ଟପରେ ଗୁଳି ଚଳାଇଥିବା ଆକ୍ରମଣକାରୀମାନଙ୍କୁ ଆଇଡିଏଫ୍ ସୈନିକ ଏବଂ ଜଣେ ସଶସ୍ତ୍ର ନାଗରିକ ଗୁଳି କରି ମାରିଦେଇଥିଲେ। ଜେରୁସାଲେମ ଅଞ୍ଚଳର ମାଗେନ୍ ଡେଭିଡ୍ ଆଡୋମର ୧୦୧ ଜରୁରୀକାଳୀନ ହେଲ୍ପଲାଇନ୍ ରେ ସକାଳ ୧୦:୧୩ ରେ ବସ୍ ଷ୍ଟପରେ ଗୁଳିକାଣ୍ଡ ଘଟିଥିବା ସୂଚନା ଦିଆଯାଇଥିଲା। ଏହା ପରେ ସେଠାରେ ସୁରକ୍ଷାବଳ ପହଞ୍ଚିଥିଲେ । 

ଏହି ଘଟଣା ପଛରେ ହମାସ କିମ୍ବା ହୁତି ବିଦ୍ରୋହୀଙ୍କ ହାତ ଥିବା ସଂଦେହ କରାଯାଉଛି । ଏହା ପରେ ଇସ୍ରାଏଲର ସାମରିକ କାର୍ଯ୍ୟାନୁଷ୍ଠାନ ଆହୁରି ତୀବ୍ର ହେବାର ସମ୍ଭାବନା ରହିଛି । ଏହି ଆତଙ୍କବାଦୀ କାଣ୍ଡକୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିନ୍ଦା କରିଛନ୍ତି ।  ଏହା ସହିତ ସେ ମୃତାହତଙ୍କ ପ୍ରତି ସମବେଦନା ପ୍ରକଟ କରିଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe