ତାମିଲନାଡୁରେ ଏନ୍‌ଏଲ୍‌ସି ଥର୍ମାଲ୍ ପ୍ଲାଣ୍ଟ୍‌ରେ ବଏଲର୍ ବିସ୍ଫୋରଣ ଅନ୍ୟୂନ ୬ମୃତ, ୧୭ ଆହତ

ତାମିଲନାଡୁରେ ଏନ୍‌ଏଲ୍‌ସି ଥର୍ମାଲ୍ ପ୍ଲାଣ୍ଟ୍‌ରେ ବଏଲର୍ ବିସ୍ଫୋରଣ ଅନ୍ୟୂନ ୬ମୃତ, ୧୭ ଆହତ

ଚେନ୍ନାଇ: ଆଜି ତାମିଲନାଡୁର ନେଭେଲି ଲିଗ୍‌ନାଇଟର ଦୁଇ ନମ୍ବର ପ୍ଲାଣ୍ଟ ୫ ନମ୍ବର ୟୁନିଟ୍‌ର ବଏଲର୍ ବିସ୍ଫୋରଣ ହେବାରୁ ଅନ୍ୟୂନ ୬ଜଣ କର୍ମଚାରୀଙ୍କର ମୃତ୍ୟୁ ଘଟିବା ସହ ଅନ୍ୟ ୧୭ଜଣ ଆହତ ହୋଇଛନ୍ତି।

ଆହତମାନଙ୍କୁ ଏନ୍‌ଏଲ୍‌ସି ଲିଗ୍‌ନାଇଟ୍ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏବେ ମଧ୍ୟ ଲିଗ୍ନାଇଟ୍ ପ୍ଲାଣ୍ଟ୍‌ରେ ଉଦ୍ଧାର ଅଭିଯାନ ଜାରି ରହିଛି।

publive-image Image Courtesy of Zee News

ତାମିଲନାଡୁର କୁଡ୍ଡାଲୋର୍‌ସ୍ଥିତ ଏନ୍‌ଏଲ୍‌ସିର ନିଜସ୍ବ ଅଗ୍ନିଶମ ବିଭାଗ ଅଛି। ସେମାନେ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି। ଏହାଛଡ଼ା କୁଡ୍ଡାଲୋର୍‌ ଜିଲ୍ଲା ପ୍ରଶାସନର ଉଦ୍ଧାରକାରୀ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିର ତଦାରଖ କରୁଛି।

ବିସ୍ଫୋରଣର କାରଣ ଜଣାପଡ଼ିନାହିଁ। ଆଜି ସକାଳେ କର୍ମଚାରୀମାନେ ପ୍ଲାଣ୍ଟ୍‌ ଚଳାଇବା ଆରମ୍ଭ କରିବା ବେଳେ ବିସ୍ଫୋରଣ ଘଟିଥିବା ଜଣାପଡ଼ିଛି। ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି, ଘଟଣାସ୍ଥଳରେ ଦୁଇଜଣଙ୍କର ମୃତ୍ୟୁ ଘଟିଛି। କେତେକ କର୍ମଚାରୀ ଭିତରେ ରହିଯାଇଥିବା ଆଶଙ୍କା ହେଉଛି। ଅନ୍ୟ ୧୭ଜଣ ଆହତ ହୋଇଛନ୍ତି।

ଏହା ହେଉଛି ତାମିଲନାଡୁରେ ଦ୍ବିତୀୟ ବିସ୍ଫୋରଣଜନିତ ଦୁର୍ଘଟଣା । ମେ ୭ ତାରିଖରେ ଏହି ଧରଣର ଅନ୍ୟ ଏକ ବିସ୍ଫୋରଣରେ ପାଞ୍ଚ ଜଣ ପ୍ରାଣ ହରାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe